ବିଦୁ୍ୟତ୍ ଫାଶରେ ଦନ୍ତାର ପ୍ରାଣଗଲା

Get real time updates directly on you device, subscribe now.

ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବନାଞ୍ଚଳ ଅନ୍ତର୍ଗତ ସାତମାଇଲି ନିକଟସ୍ଥ ଗୁରିଲୋ କାଜୁ ପଡ଼ିଆରେ ଏକ ଦନ୍ତାହାତୀର ମୃତୁ୍ୟ ହୋଇଛି । ମଙ୍ଗଳବାର ରାତିରେ ଜନ୍ତୁ ଶିକାର ପାଇଁ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତୁ୍ୟ ହୋଇଥିବା ବନ ବିଭାଗ ଆଶଙ୍କା ପ୍ରକଟ କରିଛି ।
ଆଜି ସକାଳେ କାଜୁ ପଡ଼ିଆରେ ଏକ ଦନ୍ତାହାତୀ ମରି ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଏସିଏଫ୍ ସରୋଜ ବିଶ୍ୱାଳ, ବନାଞ୍ଚଳ ଅଧିକାରୀ ହରମୋହନ ନାୟକ ସଦଳବଳ ପହଞ୍ଚି ତଦନ୍ତ ଚଳାଇଥିଲେ । ପେଟରେ ଏକ ଦାଗ ଥିବା ବେଳେ ଘଟଣାସ୍ଥଳରେ ଛୋଟ ଖୁଣ୍ଟରେ ବୋତଲ ନେଇ ତାର ଟଣା ହୋଇଥିବାରୁ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତୁ୍ୟ ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତୁ୍ୟର ଅସଲ କାରଣ ସ୍ପଷ୍ଟ ହେବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । ମୃତହାତୀର ବୟସ ୧୫ରୁ ୨୦ ବର୍ଷ ହେବ । ଦାନ୍ତ ଦୁଇଟି ଜବତ କରାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତଦେହ ପୋତି ଦିଆଯାଇଥିଲା । ହିନେ୍ଦାଳ ବନାଞ୍ଚଳରେ ବିଦୁ୍ୟତ୍ ଫାଶ ପକାଇ ଅବାଧ ଜନ୍ତୁ ଶିକାର ହେଉଥିଲେ ମଧ୍ୟ ବନ ବିଭାଗର ଉଦାସୀନତା ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons