ବିଦୁ୍ୟତ କାର୍ଯ୍ୟାଳୟ ଘେରିଲେ ଗ୍ରାହକ

Get real time updates directly on you device, subscribe now.

ପାପଡାହାଣ୍ଡି,(ବି.ବି.ନୁ୍ୟଜ):ଆବଶ୍ୟକଠାରୁ ଅଧିକ ବିଦୁ୍ୟତ ବିଲ୍ ଆସୁଥିବା ଦର୍ଶାଇ ବିଦୁ୍ୟତ କାର୍ଯ୍ୟାଳୟ ଘେରିଲେ ଲୋକେ । ଏସଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ତଦନ୍ତ ପ୍ରତିଶ୍ରୁତି ଦେବାରୁ ହଟିଲେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ହାତୀବେଢା ପଞ୍ଚାୟତରେ । ପଞ୍ଚାୟତର ଶୁଣ୍ଢିଗୁଡା ଓ ଗରୁଡଗୁଡା ଗାଁର ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟାଳୟ ଘେରିଛନ୍ତି ।
ଲୋକେ କହିଛନ୍ତି, ପ୍ରତି ମାସରେ ଏମାନଙ୍କ ଘରର ବିଦୁ୍ୟତ ବିଲ୍ ଆବଶ୍ୟକଠାରୁ ଅଧିକ ଆସୁଛି । ଜାଲିଆତି କରାଯାଇ ଏଭଳି କରାଯାଉଛି । ବିପିଏଲ ହିତାଧିକାରୀଙ୍କ ମାସିକ ବିଲ୍ ଶହେ ଟଙ୍କା ସ୍ଥାନରେ ଅଧିକ ରହୁଛି । ପାଞ୍ଚଶହ ଟଙ୍କା ଦେଲେ ୩୫୦ ଟଙ୍କାର ବିଲ୍ ମିଳୁଛି । ବାକି ଟଙ୍କାର ହିସାବ ଦିଆଯାଉନି । ବିଶ୍ୱକର୍ମା ପୂଜା ସମୟରେ ଲୋକଙ୍କଠାରୁ ଅଯଥା ଚାନ୍ଦା ଆଦାୟ କରାଯାଉଛି ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକେ କାର୍ଯ୍ୟାଳୟ ଘେରାଉ କରିଥିଲେ ହେଁ କନିÂ ଯନ୍ତ୍ରୀଙ୍କ ଦେଖା ମିଳି ନଥିଲା । ସୂଚନା ପାଇ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଉଭୟ ଗାଁକୁ ପୁଲିସ ଯାଇ ଘଟଣାର ତଦନ୍ତ କରିବ ବୋଲି ଏସଡିପିଓ ପ୍ରତିଶ୍ରୁତି ଦେଇଥିଲେ । ପରେ ଗ୍ରାମବାସୀ ଆନେ୍ଦାଳନରୁ ହଟିଥିଲେ । ବିପିଏଲ ହିତାଧିକାରୀ ଆବଶ୍ୟକଠାରୁ ଅଧିକ କ୍ଷମତାର ବିଦୁ୍ୟତ ବଲବ୍ ବ୍ୟବହାର କରିବା ଓ ବିଦୁ୍ୟତ ଚାଳିତ ମୋଟର ଲଗାଉଥିବାରୁ ଅଧିକ ବିଲ୍ ଆସିଥାଇପାରେ ବୋଲି ଏସଡିପିଓ କହିଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons