ନୂଆଦିଲ୍ଲୀ:ବିଦେଶୀ ବଜାରରେ ସରକାରୀ ବଣ୍ଡ ବିକ୍ରି କରିପାଣ୍ଠି ଯୋଗାଡ କରିବାପାଇଁ ନରେନ୍ଦ୍ର ମୋଦି ସରକାର ଘୋଷଣା କରିଛନ୍ତି । ଏହି ଯୋଜନାର ସଫଳତା ଉପରେ ସନ୍ଦେହପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ରପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ତାଙ୍କ କହିବାନୁସାରେ, ସରକାରଙ୍କ ଏହି ଯୋଜନା ଦ୍ୱାରା ବାସ୍ତବରେ କୌଣସି ଲାଭ ମିଳିବ ନାହିଁ । ଏହା ଏକ୍ଦମ୍ ରିସ୍କପୂର୍ଣ୍ଣ ।
ରଘୁରାମ ରାଜନ ଶନିବାର ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି ଯେ, ବିଦେଶୀ ମୁଦ୍ରାରେ ଭାରତୀୟ ବଣ୍ଡର କାରବାର ଦ୍ୱାରା ଆସିବାକୁ ଥିବା ଅସ୍ଥିରତା ଆମର ଘରୋଇପ୍ରତିଭୂତି ବଜାର ଉପରେପ୍ରଭାବପକାଇପାରେ । ଏହି ଯୋଜନା ବଦଳରେ ଭାରତ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ପଞ୍ଜୀକରଣ ଆଇନକୁ କୋହଳ କରିବା ଉପରେ ଗୁରୁତ୍ୱ ଦେବା ଉଚିତ ।
ସେ ଆହୁରି କହିଛନ୍ତି ଯେ, ବିଦେଶରେ ବଣ୍ଡ୍ ବିକ୍ରି ଦ୍ୱାରା ଘରୋଇ ସରକାରୀ ବଣ୍ଡ୍ ସଂଖ୍ୟା କମିବନି, ଯାହାର ବିକ୍ରି ସ୍ଥାନୀୟ ବଜାରରେ ହୋଇଥାଏ ।
Comments are closed, but trackbacks and pingbacks are open.