ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ ସଂସ୍ଥାଗୁଡ଼ିକ ଉପରେ ବିଦ୍ୟୁତ୍ କମ୍ପାନିଙ୍କ ମୋଟ ବକେୟା ରାଶି ୩୦% ବଢ଼ି ଚଳିତବର୍ଷ ଜୁନ୍ରେ ଏହା ୪୬,୪୧୨ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୮ ଜୁନ୍ରେ ଏହି ବକେୟା ଦେୟ ପରିମାଣ ୩୪,୪୬୫ କୋଟି ଟଙ୍କା ରହିଥିଲା । ପିଆର୍ଏଏ ପୋର୍ଟାଲରେ ଉପଲବ୍ଧ ତଥ୍ୟରୁ ଏହା ଜାଣିବାକୁ ମିଳିଛି । ବିଦ୍ୟୁତ୍ ଉତ୍ପାଦନକାରୀ ଓ ବିତରଣକାରୀ ସଂସ୍ଥାଙ୍କ ମଧ୍ୟରେ ହେଉଥିବା ବିଦ୍ୟୁତ୍ ଦେଣନେଣରେ ସ୍ୱଚ୍ଛତାଆଣିବା ଲାଗି ଏହି ପୋର୍ଟାଲ୍ ୨୦୧୮ ମେ ମାସରେଆରମ୍ଭ ହୋଇଥିଲା ।
ସୂଚନା ମୁତାବକ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା,ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଓ ଜମ୍ମୁ-କାଶ୍ମୀରର ବିଦ୍ୟୁତ୍ ବିତରଣକାରୀ ସଂସ୍ଥାଙ୍କ ଉପରେଅଧିକ ବକେୟା ରହିଛି । ମୋଟ ବକେୟାରେ ଏହି ରାଜ୍ୟଗୁଡ଼ିକରଅଂଶ ବେଶ୍ଅଧିକ ରହିଛି । ଦେୟ ପରିଶୋଧ ପାଇଁ କମ୍ପାନିଗୁଡ଼ିକ ୮୩୯ ଦିନ ପର୍ଯ୍ୟନ୍ତ ସମୟ ନେଉଛନ୍ତି, ଯେବେ କି ଏଥିଲାଗି ୬୦ ଦିନ ରଖାଯାଇଛି ।
ଦେୟ ପ୍ରଦାନ ପାଇଁ ମଧ୍ୟ ପ୍ରଦେଶରେ କମ୍ପାନିମାନେ ସର୍ବାଧିକ ୮୩୯ ଦିନ ସମୟ ନେଉଥିବା ବେଳେ ଏହା ପଛକୁ ବିହାର (୭୮୯ ଦିନ),ଆନ୍ଧ୍ର ପ୍ରଦେଶ (୭୮୭ ଦିନ), ହରିୟାନା (୭୮୭ ଦିନ), ତେଲଙ୍ଗାନା (୭୬୭ ଦିନ), କର୍ଣ୍ଣାଟକ (୭୬୧ ଦିନ), ତାମିଲନାଡୁ (୭୬୦ ଦିନ), ପଞ୍ଜାବ (୭୫୭ ଦିନ) ଏବଂ ଜମ୍ମୁ-କାଶ୍ମୀର (୭୫୬ ଦିନ) ରହିଛି । ବିତରଣକାରୀ ସଂସ୍ଥାଙ୍କ ଉପରେ ବାକି ଥିବା ୩୦,୫୫୨ କୋଟି ଟଙ୍କାର ବକେୟା ମଧ୍ୟରୁ ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦନକାରୀଙ୍କ ଭାଗ ୬୨.୨୭ଧ ରହିଥିବା ଜଣାପଡ଼ିଛି ।
ବିତରଣକାରୀ ସଂସ୍ଥାଙ୍କ ଉପରେ ଏନ୍ଟିପିସିର ସର୍ବାଧିକ ୬,୩୪୨.୯୪ କୋଟି ଟଙ୍କା ବାକି ଥିବା ବେଳେ ଏହା ପଛକୁ ଏନ୍ଏଲ୍ସି ଇଣ୍ଡିଆ (୪,୬୦୪ କୋଟି), ଟିଏଚ୍ଡିସି ଇଣ୍ଡିଆ (୧,୯୭୧.୭୩ କୋଟି), ଏନ୍ଏଚ୍ପିସି (୧,୯୬୩.୭୧) ଏବଂ ଦାମୋଦର ଭ୍ୟାଲି (୮୪୩.୭୯ କୋଟି) ରହିଛି ।
Comments are closed, but trackbacks and pingbacks are open.