ରାଉରକେଲା : ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଆଜି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଆଜି ଅପରାହ୍ନରେ ଗରଦା ଗାଁର ଫାଗୁ ସାହୁ କ୍ଷେତରେ ପାଣି ମଡ଼ାଇବା ପାଇଁ ବିଦ୍ୟୁତ ଚାଳିତ ପମ୍ପ ଚାଲୁ କରୁଥିଲେ। ଅସାବଧାନତା ଯୋଗୁ ସେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ପାଖରେ ଠିଆ ହୋଇଥିବା ତାଙ୍କର ୧୯ ବର୍ଷର ପୁଅ ପ୍ରକାଶ ସାହୁ ବାପାଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ବାପା-ପୁଅଙ୍କ ମୃତ୍ୟୁ ଘଟିଥିଲା। ବାପା-ପୁଅଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ମୃତ ଫଗୁଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
Comments are closed, but trackbacks and pingbacks are open.