ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ

Get real time updates directly on you device, subscribe now.

ବ୍ରହ୍ମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ମୃତକ ଗରିବ ଶ୍ରେଣୀରେ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
ଖଲିକୋଟ ବ୍ଲକ ବାକୁଟୁ ଗାଁର ନାରାୟଣ ନାହକ ଜଣେ ଦିନ ମଜୁରିଆ। ଆଜି ସକାଳେ ସେ କାମ କରିବା ପାଇଁ ଯାଇଥିଲେ। ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ସର୍ଭିସ୍‌ (ବିଜୁଳି) ତାରଟି ଝୁଲିଥିବା ଦେଖି ଧରି ପକାଇଥିଲେ। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସଙ୍ଗେ ସଙ୍ଗେ ନାରାୟଣ ଚିତ୍କାର କରିଥିଲେ।
ନାରାୟଣଙ୍କ ଚିତ୍କାର ଶୁଣି ଘର ଭିତରେ ଥିବା ତାଙ୍କ ମାଆ ସଜନ ଘରୁ ବାହାରି ଆସିଲେ। ଭେଣ୍ଡିଆ ପୁଅକ ମୃତ୍ୟୁ ଫାଶରେ ଫସି ଯାଇଥିବା ଦେଖି ଅଥୟ ହୋଇପଡ଼ିଲା ତାଙ୍କ ମାଆ ମନ। କାଳ କବଳରୁ ପୁଅକୁ ବଞ୍ଚାଇବା ପାଇଁ ପୁଅ ହାତରୁ ତାରକୁ ଛଡ଼େଇ ଆଣିବା ସମୟରେ ତାଙ୍କୁ ବି ବିଦ୍ୟୁତ୍‌ ଆଘାତ ଲାଗିଥିଲା। ହେଲେ କାଳକୁ କଣ ଜଣା ମାଆର ବତ୍ସଲ୍ୟ ? ବିଦ୍ୟୁତ୍ ଆଘାତରେ ଉଭୟ ମାଆ ଓ ପୁଅ ଗୁରୁତର ଆହତ ହେବା ପରେ ଉଭୟଙ୍କୁ ଖଲ୍ଲିକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ନାରାୟଣ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons