ବିଧବା ମହିଳାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

Get real time updates directly on you device, subscribe now.

ସୋର: ପାଣିରୁ ଉଦ୍ଧାର ବିଧବା ମହିଳାଙ୍କ ମୃତଦେହର ରହସ୍ୟ ଖୋଲିଲା। ଆଶଙ୍କା ଓ ଅଭିଯୋଗ ସତ ହେଲା। ପକ୍ଷାଘାତ ଆକ୍ରାନ୍ତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ପ୍ରମାଣ ପୋଲିସ୍ ହାତରେ ଲାଗିଛି। ପୋଲିସ୍‌ ମଧ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସୋର ଅନ୍ତର୍ଗତ ବାସୁଦେବପୁର ଥାନାର ଶଙ୍ଖାରୁବାରପୁର ଗାଁର ଏହି ଆଲୋଡ଼କ ଦୁଷ୍କର୍ମ ଓ ହତ୍ୟା ଘଟଣାର କେହି ଘଣ୍ଟା ମଧ୍ୟ ମିଳିଛି ସଫଳତା।
ସୂଚନା ଅନୁସାରେ ବାସୁଦେବପୁର ଥାନା ଶଙ୍ଖାରୁବାରାପୁର ଗ୍ରାମର ସ୍ବର୍ଗତ ମହେନ୍ଦ୍ର ମହାକୁଡ଼ଙ୍କ ସ୍ତ୍ରୀ ଲଷ୍ମୀମଣି ମହାକୁଡ଼। ତାଙ୍କ ବୟସ ୫୦ ବର୍ଷ। ଗତ ୮ ବର୍ଷଧରି ସୋର ଥାନା ବାଳଙ୍ଗ ପଞ୍ଚାୟତ ଜୁଲିଙ୍ଗିଆ ଗ୍ରାମରେ ତାଙ୍କ ଭାଇ ବିଜୟ ବାରିକଙ୍କ ପାଖରେ ରହୁଥିଲେ। ୨୩ ତାରିଖ ରାତିରେ ସେ ପଡୋଶୀଙ୍କ ଘରୁ ଟିଭି ଦେଖି ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏ ସଂପର୍କରେ ମୃତ ଲଷ୍ମୀମଣିଙ୍କ ଭାଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। କିନ୍ତୁ ଗତକାଲି ଅପରାହ୍ନରେ ତାଙ୍କ ଘରଠୁ କିଛି ଦୂରରେ ତାଙ୍କ ଶବ ପଡିଥିବାର ଦେଖି ଗ୍ରାମବାସୀ ମାନେ ସୋର ପୋଲିସକୁ ଖବର ଦେଇଥିଲେ। ଅନ୍ୟ ପକ୍ଷରେ ମୃତକର ଭାଇ କୈଳାଶ ବାରିକ ତାଙ୍କ ଭଉଣୀକୁ ଦୁଷ୍କର୍ମ କରି ମାରି ଦେଇଥିବାର ଅଭିଯୋଗ କରିଥିଲେ।
ଘଟଣାରୁ ପ୍ରକାଶ ଯେ ଖନ୍ତାପଡ଼ା ଥାନା ଅଳସୁଆ ପାଟପୁର ଗ୍ରାମର ଜଣେ ଯୁବକ ଟ୍ରାକ୍ଟର ଡ୍ରାଇଭର ଭାବେସେହି ଗାଁରେ କାମ କରୁଥିଲା। ୨୩ ତାରିଖ ଦିନ ରାତିରେ ଏହି ଯୁବକ ଲଷ୍ମୀମଣିଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରି ଏବଂ ହତ୍ୟା କରି ବିଲରେ ପିଙ୍ଗି ଦେଇଥିଲା। ଏହି ଘଟଣା ସୋର ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ସୋର ପୋଲିସ ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ଏବଂ ଏ ଏସ୍‌ ଆଇ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଏକ ପାଞ୍ଚ ଜଣିଆ ଟିମ୍‌ ଆଜି ସକାଳେ ବହୁ ଖୋଜାଖୋଜି କରି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଭଙ୍ଗାଚଟୁ ଗ୍ରାମରୁ ଭଗିଆ ସିଂ କୁ ଗିରଫ କରିଛି ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଘଟଣା ଭଗିଆ ସ୍ୱୀକାର କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons