ବିଧବା ମହିଳାଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ: ଜଣେ ଅଟକ ଅଅଟକ

Get real time updates directly on you device, subscribe now.

ମାହାଙ୍ଗା: ମହିଳାଙ୍କୁ ଭୟଭୀତ କରାଇ ତାଙ୍କ ନାବାଳିକା ଝିଅକୁ ମାସେରୁ ଅଧିକ ସମୟ ଧରି ଗଣଦୁଷ୍କର୍ମ କରିବା ଭଳି ସାଙ୍ଘାତିକ ଅଭିଯୋଗ । ଏନେଇ କଟକ ଜିଲ୍ଲା ମାହାଙ୍ଗା ଥାନାରେ ପୀଡ଼ିତାଙ୍କ ବଡ଼ ଭଉଣୀ ଅଭିଯୋଗ ଆଣିଛନ୍ତି କ୍ଷ ଅଭିଯୋଗର ୫ ଦିନ ପରେ ଜଣକୁ ଅଟକ ରଖାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ମାନବାଧିକାର କର୍ମୀ ଓ ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି।
ସୂଚନା ଅନୁସାରେ, କଟକ ମାହାଙ୍ଗା ଥାନା ଅଞ୍ଚଳର ଜଣେ ବିଧବା ମହିଳା ପରିବାର ସହ ରୁହନ୍ତି । ତାଙ୍କ ଘରକୁ ଗଣେଶ୍ୱର ଦଳାଇ ନାମକ ଜଣେ ବ୍ୟକ୍ତି ଆସୁଥିବା ବେଳେ, ସେ ମହିଳାଙ୍କ ନାବାଳିକା ଝିଅକୁ ଭୟ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଭୟରେ ପୀଡ଼ିତା ଜଣକ ଏ ନେଇ ନିଜ ମାଆକୁ ଜଣାଇନଥିଲେ । ଶେଷରେ ସେ ତାଙ୍କ ବଡ଼ ଭଉଣୀଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏନେଇ ୨୫ ତାରିଖ ଦିନ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ୫ ଦିନ ପରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ, ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇ ନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons