ବିଧାନସଭାରେ ଉଠିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ

Get real time updates directly on you device, subscribe now.

ଭୁବନେଶ୍ବର : ବିଧାନସଭାରେ ଉଠିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ପଶ୍ଚିମ ଓଡିଶାର ଓକିଲମାନେ ରାଜଧାନୀରେ ଡେରା ପକାଇଛନ୍ତି । ପଶ୍ଚିମ ଓଡିଶାର ଓକିଲଙ୍କ ସହ ଆଲୋଚନା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର ଦେଉନାହାଁନ୍ତି । ବାଚସ୍ପତି ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ।
ଆଇନ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ । ଜଶୱନ୍ତ କମିଶନ ମଧ୍ୟ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ । କୋର୍ଟ ବନ୍ଦ ହେବା ଯୋଗୁଁ ଅନେକ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ନରସିଂହ କହିଛନ୍ତି ।
ଅନ୍ୟପଟେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେବାରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ବାଚସ୍ପତି ଗୃହ କାର‌୍ୟ୍ୟ ସଠିକ୍ ଭାବେ ପରିଚାଳନା ନକଲେ କକ୍ଷତ୍ୟାଗ ପାଇଁ ଧମକ ମଧ୍ୟ ଦେଇଥିଲେ । ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ମୁହାଁମୁହିଁ ହୋଇଥିବା ବେଳେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା । ତେବେ ଗୃହରେ ପରିସ୍ଥିତିକୁ ନଜରରେ ରଖି ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons