ବିଧାନସଭାରେ ବିଧାୟକଙ୍କ ଅସହାୟତା, ମୁଁ ଫୁଟ୍ପାଥରେ ରହୁଛି:ମୋହନ ଜେନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଧାୟକ ଭାବେ ନିର୍ବାଚିତ ହେବାର ଦେଢ଼ ମାସ ପୂରିଲାଣି । ମୋତେ ଏଯାଏ ବିଧାୟକ କ୍ୱାର୍ଟର୍ସ କିମ୍ବା ଅତିଥି ଭବନରେ ରୁମ୍ ମିଳିନି । ମୁଁ ଏକରକମ ଫୁଟପାଥରେ ରହୁଛି । ବିଧାନସଭାର ଡାକ ପାଉନି । କୌଣସି ସୂଚନା ମଧ୍ୟ ଜାଣିପାରୁନି ।
ଆଜି ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଏହା କହିଥିଲେ ବିଜେପି ବିଧାୟକ ମୋହନ ମାଝୀ । ସେ କହିଲେ, ଏ ସଂପର୍କରେ ସେ ବିଧାନସଭା ସଚିବାଳୟର ଦୃଷ୍ଟି ଆକର୍ଷଣ କରି ମଧ୍ୟ ଏଯାଏ କିଛି ସୁଫଳ ପାଇନାହାନ୍ତି । ସେ ଆହୁରି ଅଭିଯୋଗ କଲେ ଯେ, ଭୁବନେଶ୍ୱରରେ ଭିଭିଆଇପି ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦିନ ଦ୍ୱିପ୍ରହରେ ମୋ ବ୍ୟକ୍ତିଗତ ସହାୟକଙ୍କୁ ଅଜଣା ଦୁର୍ବୃତ୍ତ ଛୁରି ମାରି କାଗଜପତ୍ର ଛଡ଼ାଇ ନେଇଗଲେ । ଏମଏଲଏ କଲୋନିରେ ଅଜଣା ଦୁର୍ବୃତ୍ତମାନେ କଳା ପଲସରରେ ଆସି ଚକ୍କର କାଟୁଛନ୍ତି । ଡକାୟତି କରୁଛନ୍ତି । ଏପରିକି ମୁଁ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟିବାକୁ ଯାଇଥଲି । ସେ ମୋତେ ସହଯୋଗ କରିବା ଦୂରର କଥା ରୁମରୁ ବାହାର କରିଦେଲେ ବୋଲି ମୋହନ ଅଭିଯୋଗ କରିଥିଲେ ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ଆପଣ ଗୃହ କାର୍ଯ୍ୟ ପରେ ମୋ ରୁମ୍କୁ ଆସନ୍ତୁ । ମୁଁ ସବୁ ସମସ୍ୟାର ସମାଧାନ କରିଦେବି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons