ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୀର୍ଘ ଦିନର ନିରବତା ପରେ ଚିଟ୍ଫଣ୍ଡ ଠକେଇ ମାମଲାକୁ ଫେରିଛି ସିବିଆଇ । ପ୍ରଥମ ଦିନରେ ସିଧା ଟାର୍ଗେଟ୍ କରିଛି ବଡ଼ ମୁଣ୍ଡକୁ । ସିବିଆଇ ଶୁକ୍ରବାର ସକାଳେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ସରକାରୀ ବାସଭବନ ଓ ନରସିଂହପୁର ଥାନା ଡମକଟା ପୈତୃକ ଘର ସହ ୭ଟି ସ୍ଥାନରେ ଚଢ଼ଉ କରିଥିଲା । ଭୁବନେଶ୍ୱର କା୍ୱର୍ଟର୍ସରେ ସିବିଆଇ ପ୍ରାୟ ୩ ଘଣ୍ଟା ଯାଞ୍ଚ କରିବା ସହ ଅନେକ ପ୍ରଶ୍ନ ପଚାରିଥିଲା । ଦେବୀଙ୍କ ଠାରୁ କିଛି କାଗଜପତ୍ର ମଧ୍ୟ ସିବିଆଇ ନେଇଛି ।
ଚଳିତ ମାସ ପ୍ରଥମ ସପ୍ତାହରେ ସିବିଆଇ ଶ୍ରୀ ମିଶ୍ରଙ୍କୁ ହାଜର ହେବା ପାଇଁ ସମନ କରିଥିଲା । ହେଲେ ସେ ହାଜର ହୋଇନଥିଲେ । ଓକିଲ ପଠାଇ ଜଣାଇଥିଲେ, ସେ କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନ୍ରେ ଅଛନ୍ତି । ଏହାପରେ ସିବିଆଇ ଏସ୍ପିଙ୍କ ନିଦେ୍ର୍ଧଶରେ ୬ ଜଣିଆ ଟିମ୍ ଆଜି ସକାଳ ସାଢେ଼ ୮ଟାରେ ପହଞ୍ଚିଥିଲେ ଶ୍ରୀ ମିଶ୍ରଙ୍କ କ୍ୱାର୍ଟର୍ସରେ । ସମସ୍ତେ ମାସ୍କ, ଫେସ୍ ସିଲ୍ଡ ପିନ୍ଧି ଥିଲେ । ଶ୍ରୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ସିସୋର କମ୍ପାନୀକୁ ବୋଟିଂ ପାଇଁ ମହାନଦୀ ଘାଟେଶ୍ୱର ଘାଟକୁ ଲିଜ୍ ଦିଆ ଯାଇଥିଲା । ସେଠାରେ ନୌବିହାର ପ୍ରକଳ୍ପ ପାଇଁ ସିସୋର କମ୍ପାନୀକୁ ଲିଜ୍ ଦିଆ ଯାଇଥିଲା । ସେତେବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଉକ୍ତ ଟଙ୍କା ଥିଲା ଓଡିଶାର ଜମାକାରୀଙ୍କର । ସେହି ସମୟରେ କିଛି ଅଫିସର ଓ ନେତା ସିସୋର ଠାରୁ ଟଙ୍କା ନେଇଥିଲେ । ଯାହା ସିବିଆଇ ପୂର୍ବରୁ ତଦନ୍ତ କରି ପ୍ରମାଣ ପାଇଛି । ସେ ବିଷୟରେ ସିବିଆଇ ଅଧିକ ତଥ୍ୟ ଜାଣିବାକୁ ଶ୍ରୀ ମିଶ୍ରଙ୍କ ଘରକୁ ଯାଇଥିଲା । ଦିନ ପ୍ରାୟ ୧୨ଟା ବେଳେ ସିବିଆଇ ତାଙ୍କ କ୍ୱାର୍ଟର୍ସରୁ ବାହାରିଥିଲା ।
ସେହିପରି ଶ୍ରୀ ମିଶ୍ରଙ୍କ ନରସିଂହପୁର ଥାନା ଅନ୍ତର୍ଗତ ଡମକଟାସ୍ଥିତ ପୈତୃକ ଘରେ ବି ସିବିଆଇ ଟିମ୍ ଆଜି ଚଢ଼ଉ କରିଥିଲେ । ‘ସି-ସୋର୍’ ଚିଟ୍ଫଣ୍ଡ୍ ମାମଲାର ତଦନ୍ତ କ୍ରମରେ ଡିଏସ୍ପି ଜାଭେଦ୍ ଅକତର୍ ଅଲ୍ଳୀଙ୍କ ନେତୃତ୍ୱରେ ଦୁଇଟି ଗାଡ଼ିରେ ଆସିଥିବା ସିବିଆଇର ୭ ଜଣିଆ ଟିମ୍ ଅଳ୍ପ କିଛି ସମୟ ଡମକଟାରେ ରହିଥିଲେ । ଏହି ସମୟ ମଧ୍ୟରେ ବିଧାୟକଙ୍କ ସାନ ଭାଇ ସିବିଆଇ ଟିମ୍କୁ କିଛି କାଗଜପତ୍ର ଦେଇଥିବା ଜଣାପଡିଛି ।
ସିବିଆଇ ମୋଟ ୭ ଟି ସ୍ଥାନରେ ଚଢ଼ଉ କରିଥିଲା । ବିଧାୟକ ଶ୍ରୀ ମିଶ୍ରଙ୍କ ଭାଇ ବିଷ୍ଣୁ ମିଶ୍ରଙ୍କ କମ୍ପାନୀ ଓ ତାଙ୍କ ଘର ଉପରେ ମଧ୍ୟ ସିବିଆଇ ଚଢ଼ଉ କରିଥିଲା । ସେଠାରୁ ବହୁ କାଗଜପତ୍ର ଜବତ କରିଛି ସିବିଆଇ । ବିଧାୟକ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିବା ସମୟରେ ରବି ନାରାୟଣ ନନ୍ଦ ଥିଲେ ବିଭାଗର ନିଦେ୍ର୍ଧଶକ । ରବି ନାରାୟଣ ସିସୋର ଠାରୁ ଅନେକ ଅନୁକମ୍ପା ହାସଲ କରିଥିଲେ । ଆଜି ସିବିଆଇ ତାଙ୍କ ଘରୁ ଅନେକ କାଗଜପତ୍ର ଜବତ କରିଛି । ତା’ଛଡା ସ୍ୱାଗତିକା ଇମ୍ପେକ୍ସ୍ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ପ୍ରଶନ୍ତ ପ;ନାୟକ ଘରେ ମଧ୍ୟ ଚଢ଼ଉ କରିଥିଲା ସିବିଆଇ । ପ୍ରଶାନ୍ତ ହେଉଛନ୍ତି ବିଧାୟକ ଶ୍ରୀ ମିଶ୍ରଙ୍କ ଖାସ୍ । ପ୍ରଶାନ୍ତଙ୍କ ଘରେ ସିବିଆଇ ୪ ଘଣ୍ଟା ଅନୁସନ୍ଧାନ କରି ବହୁ କାଗଜପତ୍ର ଜବତ କରିଛି । ପ୍ରଶାନ୍ତଙ୍କ ମହାରାଷ୍ଟ୍ର ଥାନେରେ ବ୍ୟବସାୟ ରହିଛି । ଉକ୍ତ ବ୍ୟବସାୟ ସହ ବିଧାୟକଙ୍କ ସମ୍ପର୍କ ଥିବା ସିବିଆଇ ଜାଣିବାକୁ ପାଇଛି । ତାକୁ ନେଇ ଆରମ୍ଭ ହୋଇଛି ତନଘନା ।
ସିସୋର ସହ ରାଜ୍ୟ ସରକାର ୪ଟି ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ଏସବୁ ଚୁକ୍ତି ୨୦୦୮ ମସିହାରୁ ୨୦୧୦ ମସିହା ମଧ୍ୟରେ ହୋଇଥିଲା । ସେଗୁଡ଼ିକ ହେଲା ପର୍ଯ୍ୟଟନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିଳ୍ପ ବିଭାଗ ଓ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ । ମହାନଦୀ ଘାଟେଶ୍ୱର ଘାଟରେ ବୋଟିଂ କ୍ଲବ୍ ଓ ଆର୍ଟିଫିସିଆଲ୍ ଟୁରିଷ୍ଟ ସ୍ପଷ୍ଟ ବନାଇଥିଲା । ଇଡ୍କୋ ଶିଳ୍ପାଞ୍ଚଳରେ ସୁଲଭ ମୂଲ୍ୟରେ ଜମି ମିଳିଥିବା ବେଳେ ପର୍ଯ୍ୟଟନ ବିଭାଗ ସହାୟତା କରିଥିଲା । ସେଥିପାଇଁ ପର୍ଯ୍ୟଟନ ବିଭାଗ ସହିତ ୧୨ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷର କରିଥିଲା ସିସୋର । ସେହିପରି ୧୧ ଟି ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୧୨ କୋଟି, ଶିଳ୍ପ ବିଭାଗ ସହ ଉମରକୋଟରେ ମକା ପ୍ରକ୍ରିୟାକରଣ ବାବଦରେ ୧୨ କୋଟି ଓ ସୋଲାର ଲାଇଟ୍ ପାଇଁ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ସହ ୧୨ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷର କରିଥିଲା । ତା’ଛଡା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ‘ସିସୋର ଚୁଡ଼ା ପାଉଡର’ ପ୍ରଦାନ କରୁଥିଲା । ବନ୍ୟା ଓ ବାତ୍ୟା ସମୟରେ ସିସୋର ପାଣି ପାଉଚ୍ ମଧ୍ୟ ଯୋଗାଣ କରୁଥିଲା । ପର୍ଯ୍ୟଟନ ବିଭାଗ ସହିତ ୧୨ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷର ବେଳେ ଶ୍ରୀ ମିଶ୍ର ମନ୍ତ୍ରୀ ଥିଲେ । ଏ ବିଷୟରେ ସିବିଆଇ ଅଧିକ ତଥ୍ୟ ଜାଣିବା ପାଇଁ ଆଜି ଏହି ଚଢ଼ଉ କରା ଯାଇଥିଲା ବୋଲି ସିବିଆଇ କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ଏକ ମକା ପ୍ରକି୍ରୟାକରଣ କେନ୍ଦ୍ର ସ୍ଥାପନ କରିବା ଲାଗି ସିସୋର୍କୁ ଦାୟିତ୍ୱ ଦେଇଥିଲା ଆପିକଲ୍ (ଏଗ୍ରିକଲ୍ଚର ପ୍ରମୋସନ୍ ଆଣ୍ଡ ଇନ୍ଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ ଓଡ଼ିଶା) । ଏ କ୍ଷେତ୍ରରେ କୌଣସି ଅଭିଜ୍ଞତା ନ ଥିବା ସିସୋର ଚିଟ୍ଫଣ୍ଡ ସଂସ୍ଥା ସହ କେଉଁ ଉଦେ୍ଧଶ୍ୟରେ ଏକ ସରକାରୀ ସଂସ୍ଥା ଏହି ବୁଝାମଣା କରିଥିଲା, ସେ ସମ୍ପର୍କରେ ସିବିଆଇ ଖୋଳତାଡ଼ କରୁଥିଲା । ମକା ପ୍ରକି୍ରୟାକରଣ କେନ୍ଦ୍ର ସହ ଅନେକ କୃଷି ଭିତ୍ତିକ ପ୍ରକଳ୍ପ ପାଇଁ ସିସୋର୍ ସହ ଏମ୍ଓୟୁ ସ୍ୱାକ୍ଷର କରିଥିଲା ଆପିକଲ । ଭୁବନେଶ୍ୱର ବିମାନବନ୍ଦର ନିକଟରେ ଆପିକଲ୍ର ରହିଥିବା ଏକ ଫୁଡ୍ ଷ୍ଟୋରକୁ ସିସୋରକୁ ଲିଜ୍ ଆକାରରେ ଦିଆ ଯାଇଥିଲା । ତା’ଛଡା ସିସୋର୍ ଜଗତପୁର ଶିଳ୍ପାଞ୍ଚଳରେ ବିଭିନ୍ନ କୃଷିଜାତ ସାମଗ୍ରୀର ଫ୍ୟାକ୍ଟ୍ରି ପାଇଁ ଜାଗା ମଧ୍ୟ ଦିଆଯାଇଛି । ଏ ସବୁ ଜାଲିଆତିର ସତ ଖୋଜିବାକୁ ୨୦୧୪ ନଭେମ୍ବରରେ ସିବିଆଇ ଆପିକଲ୍ର ତତ୍କାଳୀନ ଅଧ୍ୟକ୍ଷ ବାଳକୃଷ୍ଣ ରଥଙ୍କ ଘରେ ଚଢ଼ଉ କରି କିଛି କାଗଜପତ୍ର ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଜେରା କରିଥିଲା । ତା ପୂର୍ବରୁ ଶ୍ରୀ ରଥ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ସମୟରେ କିଛି ତଥ୍ୟ ଲାଗିଥିଲା ସିବିଆଇ ହାତରେ । ଶେଷରେ ଆପିକଲ୍ ଏମ୍ଡି ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଫିସ୍ର ପ୍ରଦୀପ କୁମାର ହୋତାଙ୍କୁ ସିବିଆଇ ଗିରଫ କରିଥିଲା । ଏବେ ପର୍ଯ୍ୟଟନ ବିଭାଗ ଉପରେ ପଞ୍ଝା ମାରିଛି ସିବିଆଇ ।
ଏନେଇ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ୨୦୧୩ ମସିହାରୁ ସିବିଆଇ ସିସୋର ଚିଟଫଣ୍ଡ ମାମଲାର ତଦନ୍ତ କରୁଛି । ମୁଁ ହୋମ୍ ଆଇସୋଲେସନରେ ଅଛି । ପୂର୍ବରୁ ଯେତେ ଥର ସିବିଆଇ ଡାକିଥିଲା ମୁଁ ତାଙ୍କୁ ସହଯୋଗ କରିଥିଲି । ସିସୋର ଓ ସରକାରଙ୍କ ସହ ମହାନଦୀ ନୌବିହାର ବୋଟିଂ ପ୍ରକଳ୍ପ ନେଇ ଚୁକ୍ତି ହୋଇଥିଲା । ପିପିଇ ମୋଡ୍ରେ ପର୍ଯ୍ୟାପ୍ତ ଉନ୍ନତି ପାଇଁ ବ୍ୟବସ୍ଥା ଥିଲା । ୨୦୧୩ ମସିହାରୁ ଚାଲିଥିବା ଏହି ମାମଲା ସିବିଆଇ ପକ୍ଷରୁ ଆଜି ଯାଞ୍ଚ କରାଯାଇଛି । ୭ ବର୍ଷ ଧରି ଚାଲିଥିବା ଏକ ମାମଲାରେ ସେମାନେ ଅନୁସନ୍ଧାନ କରିବାକୁ ଆସିଥିଲେ । ଆଗରୁ ମଧ୍ୟ ଅନୁସନ୍ଧାନ ହୋଇଥିଲା । ମନ୍ତ୍ରୀ ଥିବା ସମୟରେ ଯାହା ନିଷ୍ପତ୍ତି ହୋଇଥିଲା, ତାହା ସବୁ ସରକାରୀ ନିଷ୍ପତ୍ତି । କୌଣସି ନିଜସ୍ୱ ନିଷ୍ପତ୍ତି ନୁହେଁ । ଯାହା କାଗଜପତ୍ର ଦେଖିବା କଥା ସେ ଦେଖିଲେ । ସବୁ କାଗଜପତ୍ର ସରକାରଙ୍କ ପାଖରେ ରହିଛି । ତଦନ୍ତରେ ମୁଁ ସହଯୋଗ କରୁଛି ଆଉ ଆଗକୁ ମଧ୍ୟ କରିବି । ଘଟଣାର ତଦନ୍ତ ଚାଲିଛି, ମୁଁ ଅଧିକ କିଛି କହିବା ଠିକ୍ ହେବନାହିଁ । ସିବିଆଇ ଟିମ୍ ମୋ ଗାଁ ଘରକୁ ଯାଇଥିଲା । ସେଠାରେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ କରା ଯାଇଥିଲା ।
Comments are closed, but trackbacks and pingbacks are open.