ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲ୍ରେ ଭର୍ତ୍ତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ବିଷ୍ଣୁ ଦାସ ଗୁରୁତର ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ବିଧାୟକ ବିଷ୍ଣୁ ଦାସ ନିମୋନିଆରେ ପୀଡିତ ଥିବା ଜଣାପଡିଛି । ଗତ ୪ଦିନ ହେଲାଣି ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି । ତାଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ସେ ହସ୍ପିଟାଲ୍ରେ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ଫେରିଥିଲେ । ଅପରପକ୍ଷେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ବିଧାୟକ ଶ୍ରୀ ଦାସ ଗୃହରେ ଦୀର୍ଘ ସମୟ ଧରି ଶୋଇ ଥିବାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons