ବିପୁଳ ପରିମାଣର ଦେଶୀ ମଦ ଜବତ, ୪ ଗିରଫ

Get real time updates directly on you device, subscribe now.

ସାଲେପୁର: କରୋନାରେ ସରକାର ସମସ୍ତ ସରକାରୀ ମଦ ଦୋକାନ ବନ୍ଦ ରହିଛି । ମଦ ନ ବିକ୍ରି କରିବା ପାଇଁ ସରକାର ପକ୍ଷରୁ ନିୟମ କଡାକଡ଼ି କରାଯାଇଛି । କିନ୍ତୁ ଏବେ ଚୋରାରେ ମିଳୁଛି ଦେଶୀ ଓ ବିଦେଶୀ ମଦ। କଟକ ଜିଲ୍ଲା ସାଲେପୁରରୁ ବିପୁଳ ପରିମାଣର ମଦ ଜବତ ସହ ୪ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।
କଟକ ଜିଲ୍ଲା ସାଲେପୁର ଅବକାରୀ ବିଭାଗ ଚଡାଉ କରି ୫୦ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଚୋରା ବେପାରୀ ଉପରେ ଚଢ଼ାଉ କରିଛି ସାଲେପୁର ଅବକାରୀ ବିଭାଗ। ଦେଶୀ ରନ୍ଧା ମଦ ସହ ୪ ଜଣ ଚୋରା ମଦ ବେପାରିକୁ ଗିରଫ କରିଛି ଅବକରାୀ ବିଭା । ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସାଲେପୁର ଅଞ୍ଚଳ ଆତୋଡା ଗାଁ ର ସୋମନାଥ ଜେନା, ଗୋବିନ୍ଦପୁର ଗାଁର ବନୁ ସାହୁ, ତେନ୍ତୋଳ ଗାଁର ରମାମଣି ବେହେରା , ଚନ୍ଦ୍ରାଦେଇପୁର ଗାଁର ଅର୍ନପୂଣ୍ଣା କାଣ୍ଡି। ଏମାନଙ୍କୁ ସାଲେପୁର ଅବକାରି ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons