
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଅବକାରୀ ବିଭାଗ ପକ୍ଷରୁ ଚୋରାମଦ କାରବାର ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଚୋରାରେ ମଦବିକ୍ରି ଅଭିଯୋଗରେ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ବ୍ୟାପକ ପରିମାଣରେ ମଦ ଜବତ ହୋଇଛି । କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଏବଂ ଚାନ୍ଦିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗାମରେ ଚୋରା ଦେଶୀମଦ ବିକ୍ରି ବେଳେ ଚଢ଼ଉ କରାଯାଇଥିଲା । ଉଭୟ ସ୍ଥାନରୁ ୨୪୦ ଲିଟର ମଦ ଜବତ କରାଯାଇଛି । ଶିକରପାଇରୁ ସରୋଜ ପ୍ରସାଦ ଗୁପ୍ତା ଏବଂ ଲକ୍ଷ୍ମୀପୁରରୁ ସୁରେଶ କରକରିଆଙ୍କୁ ଗିରଫ କରାଯାଇଛି । ମଦ ପାଉଚକରି ବିକ୍ରି କରୁଥିବା ଅଭିଯୋଗ ମିଳିବା ପରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ନିଦେ୍ର୍ଧଶ କ୍ରମେ ଏହି ଚଢ଼ାଉ ହୋଇଥିଲା । ଚଢ଼ଉ ବେଳେ ଉଭୟେ ବିଭିନ୍ନ ସ୍ଥାନରେ ଚୋରାମଦ ଗଚ୍ଛିତ ରଖିଥିବା ଓ ବିକ୍ରି କରୁଥିବା ନଜରକୁ ଆସିଥିଲା । ଏହାପରେ ତୁରନ୍ତ ଉଭୟଙ୍କୁ ଗିରଫ କରାଯିବା ସହ ସମସ୍ତ ମଦ ଜବତ କରାଯାଇଛି । ଆଗାମୀ ଦିନରେ ଏହିଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.