ବିପୁଳ ବିସ୍ଫୋରକ ଜବତ, ୨ ଗିରଫ

Get real time updates directly on you device, subscribe now.

ବୋରିଗୁମ୍ମା,(ବି.ବି.ନୁ୍ୟଜ): ପଥର ବ୍ଲାଷ୍ଟିଂ ପାଇଁ ବେଇଆନ ଭାବେ ରଖାଯାଇଥିବା ବିପୁଳ ବିସ୍ଫୋରକ ଜବତ କରାଯାଇଛି । ଜବତ ବିସ୍ଫୋରକର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରିଛି ବୋରିଗୁମ୍ମା ପୁଲିସ । ଏହି କାରବାରରେ ଜଡିତ ୨ଜଣଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସର୍ଗିଗୁଡା କ୍ରସର ୟୁନିଟ୍ର କେ. ରିଶି ଓ ଟି. ବାଲାରାଜୁ । ସେମାନଙ୍କ ପାଖରୁ ୧୦୦ କାର୍ଟୁନ ବିସ୍ଫୋରକ, ୨ ବଣ୍ଡଲ ଡିଟୋନେଟର, ୫୦ବଣ୍ଡଲ ତାର, ୨ଟି ରୋଲବଣ୍ଡଲ ତାର ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି ।
ଶ୍ରୀ ମାଝୀ କହିଛନ୍ତି, ସର୍ଗିଗୁଡା ନିକଟରେ ତେଲେଙ୍ଗାନା ରାଜ୍ୟର କେ. ଶ୍ରୀନିବାସ କ୍ରସର ୟୁନିଟ କରିଛନ୍ତି । ପଥର ବ୍ଲାଷ୍ଟିଂ ପାଇଁ କ୍ରସର ତରଫରୁ ପ୍ରସ୍ତୁତି ଚାଲିଥିବା ଖବର ମିଳିବା ପରେ ଚଢଉ କରାଯାଇଥିଲା । ଏହି କ୍ରସର ପାଇଁ କୌଣସି ଟେଣ୍ଡର ହୋଇନଥିବା ବେଳେ ବେଆଇନ ଭାବେ ସେଠାରେ ବିପୁଳ ବିସ୍ଫୋରକ ମହଜୁଦ ରଖାଯାଇଥିଲା । କ୍ରସରକୁ ବିସ୍ଫୋରକ ଯୋଗାଇ ଦେଇଥିବା କୁସୁମୀ ବିସ୍ଫୋରକ ଗୋଦାମ ମ୍ୟାନେଜର ଭି. ନବୀନ ରେଡ୍ଡୀ ଓ କ୍ରସର ମାଲିକ କେ. ଶ୍ରୀନିବାସଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଏସଡିପିଓ ଶ୍ରୀ ମାଝୀ କହିଛନ୍ତି ।
ପୁଲିସ୍ ଗୁଳିରେ କ୍ୟାଡର୍ ମାଓବାଦୀ ନିହତ
ମାଲକାନଗିରି: ଛତିଶଗଡ ଦନ୍ତେୱାଡା ଜିଲ୍ଲା କଟେକଲ୍ୟାଣ ଥାନା ଅଞ୍ଚଳରେ ଶନିବାର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଜଣେ କ୍ୟାଡର୍ ମାଓବାଦୀ ନିହତ ହୋଇଛି । ସର୍ଚ୍ଚ ଅପରେସନ ବେଳେ କ୍ୟାମ୍ପରୁ ବିପୁଳ ଗୋଳାବାରୁଦ ସହ ବନ୍ଧୁକ, ପିସ୍ତଲ, ଫୁ୍ୟଜ୍ ତାର, ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ମୃତ ମାଓବାଦୀ ଜଣକ କଟେକଲ୍ୟାଣ ମାଓ କମଟିର ସହକାରୀ କମାଣ୍ଡାଣ୍ଟ ମଚାକି ମାସା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ସୁରନାର ଓ ଟେଲମ୍ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପୁଲିସକୁ ମିଳିଥିଲା । ସୂଚନା ଅନୁସାରେ, ସକାଳେ ଡିଆରଜି ଯବାନମାନେ ଜଙ୍ଗଲକୁ ଯାଇ କମ୍ବିଂ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ହୋଇଥିଲା । ଘଟଣାସ୍ଥଳରେ ମଚାକିର ମୃତୁ୍ୟ ହୋଇଥିଲା । ଏହାଦେଖି ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ୍ ବେଳେ ମଚାକିଙ୍କ ମୃତଦେହ ମିଳିଥିଲା । ଜଙ୍ଗଲ ମଧ୍ୟ ଏକ କ୍ୟାମ୍ପରୁ ବନ୍ଧୁକ, ପିସ୍ତଲ, ଫିଉଜ ତାର, ଗୋଲାବାରୁଦ, ବିସ୍ଫୋରକ ସହ ଅନ୍ୟ ମାଓ ସାମଗ୍ରୀ ମିଳିଥିଲା । ଯବାନମାନେ ଥାନାକୁ ମଚାକିର ମୃତଦେହ ଆଣି ପରିଚୟ ଖୋଜିଥିଲେ । ତା ନାଁରେ ବିଭିନ୍ନ ଥାନାରେ ବହୁ ହିଂସା ମାମଲା ରହିଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons