ବିବାଦ ଯୋଗୁ ମିଳିପାରିଲାନି ଚାରିକାନ୍ଧ:ସାଇକେଲ୍ରେ ବୁହାଗଲା ଭଉଣୀର ଶବ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ୍): ହଜିଗଲା ମାନବିକତା । ପୂର୍ବ ଶତ୍ରୁତା ଲାଗି ମିଳିପାରିଲାନି ଚାରିକାନ୍ଧ । ଦୀର୍ଘ ୧୨ ଘଣ୍ଟା ଧରି ପଡିରହିଲା ଜଣେ ମହିଳାଙ୍କ ଶବ । ସକ୍ରାର କରିବା ଲାଗିଆସିଲେନି ଜାତିଭାଇ । ଶେଷରେ ଦୁଇଭାଇ ସାଇକେଲ୍ର ଶବ ବୋହି ଶ୍ମଶାନ ନେଲେ । ଏଭଳି ସ୍ପର୍ଶକାତର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ର ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁରେ ।
ମିଳିଥିବା ସୂଚନାଅନୁଯାୟୀ, ଗତ କିଛି ଦିନ ହେଲା ଜ୍ୱରରେ ପୀଡ଼ିତ ଥିଲେ ଗାଁର ସ୍ୱାମୀ ପରିତ୍ୟକ୍ତା ମହିଳା ମାଳତୀ ପାଣ୍ଡେ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହାପରେ ମାଳତୀଙ୍କ ଦୁଇଭାଇ ପୁରୁଷୋତ୍ତମ ପାଣ୍ଡେ ଓ ଟେକା ପାଣ୍ଡେ ଶବ ସକ୍ରାର ପାଇଁ ଜାତିଭାଇଙ୍କ ସାହାଯ୍ୟ ଲୋଡିÿଥିଲେ । କିନ୍ତୁ ପୂର୍ବରୁ ଗ୍ରାମବାସୀଙ୍କ ସହ ସେମାନଙ୍କ ସମ୍ପର୍କ ଭଲ ନଥିବାରୁ କେହି ଜଣେ ହେଲେଆସିନଥିଲେ । ସାରା ରାତି ଶବ ପାଖରେ ବସି ରହିଥିଲେ ଦୁଇଭାଇ । ପଡୋଶୀଙ୍କ ସାହାଯ୍ୟଅପେକ୍ଷାରେ ରହିଥିଲେ । କିନ୍ତୁ ରାତି ପାହିଗଲା ସିନା, ଚାରିକାନ୍ଧ ଦେବାକୁ କେହି ହେଲେଆଗେଇଆସିନଥିଲେ ।ଅନ୍ୟ ଉପାୟ ନପାଇ ଦୁଇ ଭାଇ ସାଇକେଲ୍ରେ ଶ୍ମଶାନକୁ ଶବ ନେବା ଲାଗି ସ୍ଥିର କଲେ ।ଆଉ ସେଇୟା ହିଁ ହେଲା । ଶବକୁ ସାଇକେଲ୍ରେ ବାନ୍ଧି ପ୍ରାୟ ୬ କିଲୋମିଟର ଦୂରରେ ଥିବା ଶ୍ମଶାନକୁ ନିଆଯାଇଥିଲା ଶବ । ସେଠାରେ ଶେଷକୃତ୍ୟ କରାଯାଇଥିଲା ।
ପ୍ରାୟ ୨୫ ବର୍ଷ ତଳେ ଛତିଶଗଡ଼ରେ ବିବାହ କରିଥିଲେ ମାଳତୀ । କୌଣସି କାରଣରୁ ସ୍ୱାମୀ ଛାଡପତ୍ର ଦେବାପରେ ବାପଘରକୁ ଫେରିଆସିଥିଲେ ମାଳତୀ । ଭାଇମାନଙ୍କ ପାଖରେ ରହି ପାରମ୍ପରିକ ମାଟି ହାଣ୍ଡି ଗଢିବା କାର୍ଯ୍ୟରେ ସହଯୋଗ କରିଆସୁଥିଲେ । ପ୍ରାୟ ମାସେ ଧରିଅସୁସ୍ଥ ଥିଲେ ମାଳତୀ । ମୋତିଗାଁ କୁମ୍ଭାର ସାହିର ଜାତିଭାଇଙ୍କ ସହ ସେମାନଙ୍କର ବିବାଦ ରହିଥିଲା । ପୁରୁଷୋତ୍ତମ ଓ ଟେକାଅନେକ ସମୟରେ ସେମାନଙ୍କ ସହ ପାଟିତୁଣ୍ଡ କରୁଥିଲେ । ମାମଲାଅନେକଥର ଥାନାରେ ପହଞ୍ଚିଥିଲା । ଏହି କାରଣରୁ ଗାଁ ଲୋକେ ପୁରୁଷୋତ୍ତମଙ୍କ ପରିବାରକୁ ଏକପ୍ରକାର ବାସନ୍ଦ କରି ରଖିଥିଲେ । ଯାହାର ପ୍ରତିଫଳନଆଜି ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons