ସାଲେପୁର : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳ ଗୁହାଳିପୁର ଗାଁରେ ।
ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ଜଣକ ଯୁବତୀଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ ଦେଇଥିଲେ । ଏହାସହ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥିଲେ । ଯୁବକ ଜଣକ ସେହି ଗ୍ରାମର ବୋଲି ଜଣାପଡିଛି ।
ଯୁବକ ଏବଂ ତାଙ୍କ ପରିବାର ଲୋକେ ମିଶି ଯୁବତୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏନେଇ ଯୁବତୀ ଜଣଙ୍କ ସାଲେପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.