ମାଲକାନଗିରି, (ବି.ବି.ନୁ୍ୟଜ): କାଲିମେଳା ଥାନା କାଙ୍ଗୁରକୋଣ୍ଡା ପଞ୍ଚାୟତ ଏମପିଏଭି-୩୪ ଗାଁର ଜଣେ ବିବାହିତା ମହିଳା ଆଜି ଆତ୍ମହତ୍ୟା କରିଛନ୍ତି । ମୃତାଜଣଙ୍କ ହେଲେ ସନ୍ତୋଷ ସରକାରଙ୍କ ପନôୀ ଜାନକୀ ସରକାର(୪୫) । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ ପରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତାଜଣଙ୍କ ଜଣେ ମାନସିକ ରୋଗୀ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ସହ କୌଣସି କାରଣରୁ ପାଟିତୁଣ୍ଡ ହେବା ପରେ ସ୍ୱାମୀ ଓ ପିଲାମାନେ ଜମିକୁ କାମ କରିବାକୁ ଚାଲିଯାଇଥିଲେ । ପରେ ଜାନକୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଚାଷଜମିରୁ ଆସିବା ପରେ ସନ୍ତୋଷ ତାଙ୍କ ସ୍ତ୍ରୀ ଜାନକୀଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି କାଲିମେଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.