ବୋରିଗୁମ୍ମା: ବିସିଂହପୁର ଥାନା ଅନ୍ତର୍ଗତ ରଣସପୁର ଗ୍ରାମର ଚଣ୍ଡାଳ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ବିସିଂହପୁର ପୋଲିସ । ମୃତ ମହିଳାଙ୍କ ବାପା ଚନ୍ଦ୍ର ହନ୍ତାଳ ଝିଅକୁ ତାର ସ୍ୱାମୀ ହତ୍ୟା କରିଥିବା ନେଇ ବିସିଂହପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ ଚନ୍ଦ୍ର ହନ୍ତାଳଙ୍କ ଝିଅ ଉଷାବତୀ ତନ୍ତିକୁ ରଣସପୁର ଗ୍ରାମର ନିରନ ତନ୍ତିଙ୍କ ସହ ବାହାଘର କରିଥିଲେ । ବାହାଘରର ୯ବର୍ଷ ବିତିଯାଇ ଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା। ଫଳରେ ଅଧିକାଂଶ ସମୟ ସ୍ୱାମୀ ନିରନ ତନ୍ତୀ ତାଙ୍କ ଝିଅ ଉଷାବତୀଙ୍କୁ ନିର୍ୟାତନା ଦେଇ ଆସୁଥିଲେ । ହେଲେ ବି ଏସବୁକୁ ସହି ଝିଅ ଉଷାବତୀ ନିଜ ସ୍ୱାମୀ ପାଖରେ ରହୁଥିଲା । ଗତ ୨୩ ତାରିଖ ଦିନ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିବା ନେଇ ଝିଅ ଉଷା ଫୋନ ଯୋଗେ ବାପା ଚନ୍ଦ୍ର ହନ୍ତାଳକୁ ସୂଚନା ଦେଇଥିଲେ ।
୨୪ତାରିଖ ଦିନ ଝିଅ ଉଷାବତୀର ମୃତଦେହ ଘରେ ଝୁଲୁ ଥିବା ସୂଚନା ପାଇଥିଲେ । ଏହି ଖବରକୁ ସହଜରେ ଚନ୍ଦ୍ର ହନ୍ତାଳ ଗ୍ରହଣ କରିନପାରି ତାଙ୍କ ଝିଅ ଉଷାବତୀକୁ ତାର ସ୍ୱାମୀ ନିରନ ହତ୍ୟା କରିଛି ବୋଲି ଥାନାର ଦ୍ୱାରାସ୍ତ ହୋଇଥିଲେ । ସେପଟେ ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ୯୦/୨୧ରେ ଏକ ମାମଲା ରୁଜୁ କରି ଦଫା 498A/306IPC ରେ ଅଭିଯୁକ୍ତ ସ୍ୱାମୀ ନିରନ ତନ୍ତୀକୁ ଗିରଫ କରିଛି । ମୃତ ମହିଳାଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ ।
ରିପୋର୍ଟ: ମାନସ ରଥ
Comments are closed, but trackbacks and pingbacks are open.