ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

Get real time updates directly on you device, subscribe now.

ଆନନ୍ଦପୁର :ଆନନ୍ଦପୁର ଥାନା ଫକିରପୁର ଗାଁରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ବାପଘର ତରଫ ରୁଘଟଣାର ଉପଯୁକ୍ତ ତଦନ୍ତ ପାଇଁ ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ରେ କେହି ଗିରଫ ହୋଇନାହାନ୍ତି । ଫକିରପୁର ଗ୍ରାମର ଗଙ୍ଗାଧର ଗୁଇଁ ଙ୍କ ସାନପୁଅ ବିଶ୍ଵନାଥ ଙ୍କ ପତ୍ନୀ ଅର୍ଣ୍ଣପୁର୍ଣ୍ଣା ଙ୍କ ମୃତ ଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।ପରିବାର ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେବାସହ ବାପଘର ଲୋକଙ୍କୁ ଖବର କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ୨୦୦୭ ମସିହାରୁ ଅନ୍ନପୂର୍ଣ୍ଣା ଙ୍କ ବିବାହ ହୋଇଥିଲେ ହେଁ ବିଭିନ୍ନ ସମୟରେ ସ୍ୱାମୀ ଙ୍କ ସହ ଝଗଡା ଲାଗିରହିଥିବା ବାପଘର ଲୋକେ କହିଛନ୍ତି ଏପରିକି ଝଗଡା ଯୋଗୁ ଅନେକ ସମୟରେ ଅନ୍ନପୂର୍ଣ୍ଣା ଶାଶୁଘର ଛାଡି ବାପଘର କୁ ଚାଲି ଆସିଥିବା ଅଭିଯୋଗ ହୋଇଛି।
ତେବେ ଅନ୍ନପୂର୍ଣ୍ଣା ଯେ ଏଭଳି ଚରମ ପଦକ୍ଷେପ ନେବ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପ ଘର ଲୋକେ। ଉପଯୁକ୍ତ ତଦନ୍ତ ଦାବି ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ଅନ୍ନପୂର୍ଣ୍ଣା ଙ୍କ ଦାଦା କୃଷ୍ଣଚନ୍ଦ୍ର ଦାଶ।ତେବେ ଏ ସମ୍ପର୍କରେ ରେ ସ୍ବାମୀ ବିଶ୍ବନାଥ କୈଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons