ବ୍ରହ୍ମପୁର,(ବି.ବି.ନୁ୍ୟଜ): ଗୋପାଳପୁର ଶ୍ରଦ୍ଧା ସଞ୍ଜୀବନୀ ଅନୁÂାନରେ ସମ୍ପନ୍ନ ହୋଇଛି ଏକ ନିଆରା ବାହାଘର । ପିଲାବେଳୁ ଅନୁÂାନରେ ବଢ଼ି ରୋଜଗାରକ୍ଷମ ହେବା ପରେ ଏଚ୍ଆଇଭିରେ ସଂକ୍ରମିତ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଆଡ଼ମ୍ବରପୂର୍ଣ୍ଣ ଭାବେ କରିଥିଲା ଏହି ବାହାଘର । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଭିଡିଓ କନ୍ଫରେନ୍ସିଂରେ ବାହାଘର କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ସହ ଭୁବନେଶ୍ୱର ଆସି ଭେଟିବା ପାଇଁ ନିମନ୍ତ୍ରଣ କରିଛନ୍ତି । ୫-ଟି ସଚିବ ତଥା ଶ୍ରଦ୍ଧା ସଞ୍ଜୀବନୀର ପ୍ରତିÂାତା ଭି.କାର୍ତ୍ତିକେୟନ ପାଣ୍ଡିଆନ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଜିଲ୍ଲାପାଳ କନ୍ୟାଦାନ କରି ନବଦମ୍ପତିଙ୍କୁ ଆର୍ଥିକ ରାଶି ଉପହାର ଦେଇଛନ୍ତି । ପ୍ରାଶାସନିକ ଅଧିକାରୀମାନେ ବରଯାତ୍ରୀ ଓ କନ୍ୟା ଯାତ୍ରୀରେ ସାମିଲ ହୋଇଥିଲେ । ଏଚ୍ଆଇଭି ଆକ୍ରାନ୍ତ ହେଲେ ବି ସେମାନଙ୍କ ସାମାଜିକ ଅଧିକାର ରହିଛି ବୋଲି ବାର୍ତ୍ତା ଦେବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଅନ୍ୟ ଅନାଥ ପିଲାଙ୍କ ପରି ରବୀନ୍ଦ୍ର ଓ ପଦ୍ମା ଏହି ଅନୁÂାନରେ ବଢ଼ିଥିଲେ । ପରେ ଜୀବିକା ଅର୍ଜନ ପାଇଁ ତାଲିମ ନେଇ ହାଇଦ୍ରାବାଦର ଘରୋଇ ସଂସ୍ଥାରେ ଚାକିରି କଲେ । ପରସ୍ପରକୁ ଜାଣିଥିବାରୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ମନ ବଳାଇଲେ । ଏ ନେଇ ଅନୁÂାନର କର୍ମକର୍ତ୍ତାଙ୍କୁ ଜଣାଇବା ପରେ ଜିଲ୍ଲା ପ୍ରଶାସନ ସେ ଦିଗରେ ତତ୍ପରତା ଦେଖାଇଲା । ଆଉ ଆଜି ଜିଲ୍ଲାପାଳଙ୍କ ସମେତ ବହୁ ପ୍ରାଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ଅନୁÂାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବେଦିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
ଜିଲ୍ଲାପାଳ କନ୍ୟାଦାନ କରିବା ସହ ଉଭୟଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରଙ୍କ ଯୋଜନା ପ୍ରକାରେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବରକୁ ୪୦ହଜାର ଟଙ୍କା ଏବଂ କନ୍ୟାକୁ ୫୦ହଜାର ଟଙ୍କା ଦେଇଥିଲେ । ସ୍ୱେଚ୍ଛାସେବୀ ଅନୁÂାନ ‘ଅରୁଣା’ର ମୁଖ୍ୟ ଲୋକନାଥ ମିଶ୍ର ବର ପିତା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ କନ୍ୟା ପିତା ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଦସ୍ୟ ହରିହର ପାଢ଼ୀ ପୁରୋହିତ ସାଜିଥିଲେ । ଅନୁÂାନର ଜଣେ ପୁଅ ଶଳା ବିଧା ମାରିଥିବା ବେଳେ କନ୍ୟାଙ୍କ ସାନ ଭଉଣୀ ହାତଗଣ୍ଠି ଫିଟାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଭିସି ମାଧ୍ୟମରେ ଯୋଡ଼ି ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ସହ ଭୁବନେଶ୍ୱର ଆସି ଭେଟିବା ପାଇଁ ନିମନ୍ତ୍ରଣ କରିଥିଲେ । ଏହାକୁ ନେଇ ବରକନ୍ୟା ବେଶ୍ ଖୁସି ଅନୁଭବ କରିଥିବାବଳେ ଏପରି ବିବାହ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ କହିଛନ୍ତି ।


Comments are closed, but trackbacks and pingbacks are open.