ବିବାହ ଭୋଜି ଖାଇ ୪ ଶହ ଅସୁସ୍ଥ

Get real time updates directly on you device, subscribe now.

କଣାସ,(ବି.ବି.ନୁ୍ୟଜ): ଶୁକ୍ରବାର କଣାସ ପଞ୍ଚାୟତ ସହନା ଗ୍ରାମରେ ଚାଲିଥିଲା ଏକ ବିବାହ ଭୋଜି । ୨ ହଜାରରୁ ଅଧିକ ଲୋକ ଭୋଜି ଖାଇଥିଲେ । ଦିନ ୧୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା ଖାଇବା ପିଇବା । ହେଲେ କ’ଣ ହେଲା କେଜାଣି, ରାତି ଗୋଟାଏରୁ ଆରମ୍ଭ ହୋଇଗଲା ଝାଡ଼ାବାନ୍ତି । ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଲେ । କାହାର ପେଟ ମୋଡୁଥାଏ ତ ଆଉ କାହାର ଝାଡ଼ାବାନ୍ତି ହେଉଥାଏ । କେଇଘଣ୍ଟା ମଧ୍ୟରେ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଗଲେ ରୋଗୀ ।
ଘଟଣାରୁ ପ୍ରକାଶ ଯେ, ସହନା ଗ୍ରାମର ମାନଗୋବିନ୍ଦ ଜୟସିଂହଙ୍କ ବଡପୁତ୍ର ନିହାର ରଞ୍ଜନ ଜୟସିଂହ ଗତ ୨ତାରିଖରେ ବିବାହ କରିଥିଲେ । ଗତକାଲି ଗ୍ରାମରେ ତାଙ୍କର ବିବାହ ବିବାହ ଭୋଜି ଦିଆଯାଇଥିଲା । ଭୋଜିରେ ରାଜନେତାଙ୍କ ସମେତ ସାମ୍ବାଦିକ, ଶିକ୍ଷକ, ପୁଲିସ, ତହସିଲ ଓ ବ୍ଲକର କର୍ମଚାରୀ ମଧ୍ୟ ସାମିଲ ଥିଲେ । ପାଖାପାଖି ୨ ହଜାର ଲୋକ ଭୋଜିରେ ସାମିଲ ହୋଇଥିଲେ । ରାତି ଗୋଟାଏରୁ ଆରମ୍ଭ ହୋଇଗଲା ଝାଡ଼ାବାନ୍ତି ।
କେହି କେହି କହୁଛନ୍ତି କୌଣସି ହଣ୍ଡାରେ କିଛି ଗଡ଼ବଡ ହୋଇଯାଇଥିଲା, ଯାହାଦ୍ୱାରା ଫୁଡ୍ ପଏଜନ୍ ହୋଇ ଲୋକମାନଙ୍କୁ ଆକ୍ରାନ୍ତ କରାଇଥିଲା । ସହନା ଗାଁର ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଖବରପାଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ଦାସ, ଡଃ ଲଳିତ କୁମାର ଦାସ, ଡଃ ଇନ୍ଦିରା ମହାପାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସାଥିରେ ଥିଲେ ଜିଲ୍ଲା ଖାଦ୍ୟ ନିରାପତ୍ତା ସହକାରୀ ଅଧିକାରୀ, ଡାକ୍ତର ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କଲେ । ସହନା ଗ୍ରାମକୁ ଯାଇ ଭୋଜିସ୍ଥଳ ତଦନ୍ତ କରି ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ସାନିଟାଇଜେସନ ମଧ୍ୟ କରାଯାଇଥିଲା । ଏହାପରେ ଜିଲ୍ଲା ଚିକିତ୍ସାଳୟର ୩ଟି ରାପିଡ ରେସପନ୍ସ ଟିମ୍ (ଆର୍ଆର୍ଟି) ଗାଁରେ ଚିକିତ୍ସା କରିଥିଲେ । ଆଣ୍ଟିଡାଇରିଆଲ ଡ୍ରପ ମଧ୍ୟ ଘରେ ଘରେ ବାଣ୍ଟିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ମାନଗୋବିନ୍ଦଙ୍କ ପରିବାର ରୋଗୀମାନଙ୍କ ସମସ୍ତ ସୁବିଧା ବୁଝୁଥିଲେ । କଣାସ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟ କିଛି ଲୋକ ରୋଗୀମାନଙ୍କୁ ଓଆର୍ଏସ୍ ବଣ୍ଟନ କରିଥିଲେ ।
ହସ୍ପିଟାଲରେ ବେଡ୍ ଅଭାବ ହେତୁ ଘର, ବାରଣ୍ଡା ସବୁଠି ରୋଗୀ ପଡ଼ିଲେ । ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ପୂରା ଦମ୍ ଲଗାଇ ଚିକିତ୍ସା କଲେ । ସାଲାଇନ, ଇଞ୍ଜେକସନ ସହିତ ଓଆରଏସ୍ ସମସ୍ତଙ୍କୁ ଦିଆଗଲା । ଯାହାର ଭଲ ହେଉଥାଏ ସେମାନେ ଘରକୁ ଫେରୁଥାନ୍ତି, ଯିଏ ନୂଆ ଆକ୍ରାନ୍ତ ହେଉଥାନ୍ତି ସେମାନେ ଅଟୋ, ବସରେ ରୋଗୀ ଧରି ଚିକିତ୍ସା ପାଇଁ ଆସୁଥାନ୍ତି । ଏ ଖବର ବିଜୁଳି ବେଗରେ ବ୍ଲକ ସାରା ବ୍ୟାପିଗଲା । ରୋଗୀ ଓ ସମ୍ପର୍କୀୟମାନଙ୍କ ସହିତ ଯିଏ ଶୁଣିଲା ସିଏ ମେଡିକାଲ ଧାଇଁଲା ।
ଏ ସମ୍ପର୍କରେ ତହସିଲଦାର ଲକ୍ଷ୍ମୀଧର ମହାରଣା କହିଛନ୍ତିି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଏ ସମ୍ପର୍କରେ କ’ଣ କରାଯିବ ଆଲୋଚନା କରିଛନ୍ତି । ଏବିଡିଓ ମଙ୍ଗଲ ସିଂ ହେମ୍ବ୍ରମ, ଅତିରିକ୍ତ ତହସିଲଦାର ସହଦେବ ସାହୁ ରୋଗୀମାନଙ୍କୁ ଭେଟିଛନ୍ତି । ଡାକ୍ତର ରମେଶ ବେହେରାଙ୍କ ସମେତ ସମସ୍ତ ଡାକ୍ତର ଓ କର୍ମଚାରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଗର ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଲିଙ୍ଗରାଜ ସ୍ୱାଇଁ, ଯୁବ ବିଜେଡି ସଭାପତି ବସନ୍ତ କୁମାର ଜେନା ପ୍ରମୁଖ ରୋଗୀମାନଙ୍କୁ ଭେଟି ଚିକିତ୍ସା ସମ୍ପର୍କରେ ବୁଝିଛନ୍ତି । ସନ୍ଧ୍ୟାସୁଦ୍ଧା କେହି ଗୁରୁତର ହୋଇ ଅନ୍ୟତ୍ର ସ୍ଥାନାନ୍ତର ହୋଇନଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ ସାମ୍ବାଦିକ ବିମ୍ବାଧର ବଡ଼ଜେନା, ସର୍ବେଶ୍ୱର ଜେନା, ଶୁଭମ୍ ପ୍ରଧାନ, ଚିଣ୍ଟୁ ଜେନା, ଅଜୟ ଜେନା, ଆଲୋକ ରଞ୍ଜନ ଜେନା, ଜଗଦୀଶ ପେଣ୍ଠୋଇ, ସଞ୍ଜୟ ରାଉତରାୟ, ରୋଜାଲିନ ବିଶ୍ୱାଳ, ବିମଲ ରାଉତରାୟ, ନିରଞ୍ଜନ ବରାଳ, ପଦୁ ମହାପାତ୍ର, ଶ୍ରୀନିବାସ ନାୟକ, ବିମ୍ବାଧର ପ୍ରଧାନ, ବିକାଶ ସାହୁ, ଟୁଲୁ ଭୋଳ ସମେତ ଅନେକ ରୋଗୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons