ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ତ୍ତ ସଚିବ ଡ. କ୍ରିଷନ କୁମାର ବାଲେଶ୍ୱର ଗସ୍ତ କରିଥିଲେ । ବିଭିନ୍ନ ଅଧିକାରୀଙ୍କ ସହ ସହରର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାରେ କୋଭିଡ୍ ସ୍ଥିତି, ଏହାର ପରିଚାଳନା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ପୂର୍ବାହ୍ନ ୯.୩୦ମି ସୁଦ୍ଧା ସେମାନେ ପୁନଶ୍ଚ ଭୁବନେଶ୍ୱର ଫେରି ଯାଇଥିଲେ ।
ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଏହି ୩ ସଚିବ ସକାଳ ୭.୪୦ ମିନିଟ୍ରେ ବାଲେଶ୍ୱରର ପୁଲିସ୍ ଲାଇନ ପଡ଼ିଆରେ ଓହ୍ଲାଇଥିଲେ । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ସେମାନେ ଜିଲ୍ଲା ଅଧିକାରୀଙ୍କ ସହ କୁରୁଡ଼ା ଜଙ୍କସନ୍, କୁରୁଡ଼ାରୁ ତାମୁଳିଆ ପର୍ଯ୍ୟନ୍ତ ରାସ୍ତା ତନଖି ଥିଲେ । ଏହା ବ୍ୟତୀତ ତାମୁଳିଆରୁ ଷ୍ଟେସନ ଛକ, ବାଲେଶ୍ୱର ବସ୍ଷ୍ଟାଣ୍ଡ, ସହଦେବଖୁଣ୍ଟାରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ପରଖିଥିଲେ । ପରେ ସେମାନେ ରେମୁଣାର ଫକୀରମୋହନ ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ । ସେଠାରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସ୍ପିଟାଲ କାମ ବିଷୟରେ ପଚାରି ବୁଝିଥିଲେ । ସେଠାରୁ ଫେରି ହରିପୁରରୁ ଦହପଡା ପର୍ଯ୍ୟନ୍ତ ଯାଇଥିଲେ । ବୁଢ଼ାବଳଙ୍ଗ ନଦୀତଟ ବୁଲି ଦେଖିଥିଲେ । ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ସେମାନେ ଲେବଲ କ୍ରସିଂ ୭୯ ଉପରେ ନିର୍ମାଣାଧୀନ ଓଭର ବ୍ରିଜ ପରିଦର୍ଶନ କରିଥିଲେ । ଏହା ପରେ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କ ସହ କୋଭିଡ୍ ପରିଚାଳନା ଉପରେ ସମୀକ୍ଷା କରିଥିଲେ ।
ଶେଷରେ ବାଲେଶ୍ୱର ଜିଲ୍ଲା ସ୍କୁଲ ଗସ୍ତ କରି ସାଇନ୍ସ ଲାବୋରଟୋରୀ, ବିଦ୍ୟାଳୟର ଶୈକ୍ଷିକ ପରିବେଶର ସମୀକ୍ଷା କରିଥିଲେ । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ପୂର୍ବତନ ଛାତ୍ରଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସବିଚ ଶ୍ରୀ ମହାପାତ୍ର ବାଲେଶ୍ୱର ଜିଲ୍ଲା ସ୍କୁଲର ୧୯୫୨ ମସିହା ଛାତ୍ର ତଥା ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ତୁଳସୀ ରଞ୍ଜନ ମିଶ୍ରଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ରୀ ମିଶ୍ର ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବାଲେଶ୍ୱର ସହର ସ୍ଥିତ ୪ଟି ସ୍କୁଲକୁ ୮ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ମହାପାତ୍ରଙ୍କ ଏଭଳି ତ୍ୟାଗ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ହେବ ବୋଲି ସେ କହିଥିଲେ ।
ସେଠାରେ ଶ୍ରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ସେ କହିଥିଲେ, ବାଲେଶ୍ୱର ସହରର ଭିତ୍ତିଭୂମି ଓ ସେବା ଯୋଗାଣ ବ୍ୟବସ୍ଥା ଆଦିର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ରହିଥିବା ବିଭିନ୍ନ ଆବଶ୍ୟକତାର ଅନୁଧ୍ୟାନ ପାଇଁ ଏହି ଟିମ୍ ବାଲେଶ୍ୱର ଗସ୍ତ କରିଥିଲା । ବାଲେଶ୍ୱର ସହର ବାସ୍ତବ ସ୍ଥିତି, ଏହାର କଣ ସବୁ ଆବଶ୍ୟକତା ରହିଛି, ସେହି ବିଷୟରେ ଏହି ଟିମ୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବ ବୋଲି ସେ କହିଥିଲେ । ପରେ ଏହି ଟିମ୍ ପୁନଶ୍ଚ ଭୁବେନଶ୍ୱର ଫେରି ଯାଇଥିଲେ ।
ଏହି ଗସ୍ତ ବେଳେ ୩ ସଚିବଙ୍କ ସହ ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ବାଲେଶ୍ୱର ଏସପି. ସୁଧାଂଶୁ ଶେଖର ମିଶ୍ର, ସିଡିଏମଓ ଡା.ଦୁଲାଳସେନ ଜଗଦେ୍ଧବ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ନୀଲୁ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons