ବିଭିନ୍ନ ଜିଲ୍ଲା ଏସ୍ପିଙ୍କୁ ସିପିଙ୍କ ତାଗିଦ୍

Get real time updates directly on you device, subscribe now.

କଟକ: ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପରେ ବଢିଛି ତପ୍ତରତା । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି । ସିସିଟିଭି ଫୁଟେଜ ଓ ସୁରକ୍ଷା କର୍ମୀଙ୍କ ମତ ଅପେକ୍ଷା ହାଇଦର ର ଅତୀତ ଓ ବର୍ତ୍ତମାନର ସଂପର୍କକୁ ଖୋଜାଚାଲିଛି ।
କମିଶନରେଟ ପୋଲିସର ଦକ୍ଷ ଅଫିସରମାନଙ୍କୁ ନେଇ ଯୋଜନା ମଧ୍ୟ ହୋଇଛି । ଆଶା କରୁଛୁ ହାର୍ଡକୋର କ୍ରିମିନାଲ ହାଇଦରକୁ ଆମେ ଖୁବ୍ ଶୀଘ୍ର ଠାବ କରିବୁ ।ଗତକାଲି ସୁରକ୍ଷାକର୍ମୀଙ୍କ ଆଖିରେ ସାନିଟାଇଜର ସ୍ପ୍ରେ କରି ଚମ୍ପଟ ମାରିଥିଲା କୁଖ୍ୟାତ ଅପରାଧୀ ହାଇଦର । ୧୨ ଦିନ ତଳେ ହାଇଦରକୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେପଟେ ହସ୍ପିଟାଲରୁ ଯେତେବେଳେ ଏଭଳି ଗ୍ୟାଙ୍ଗଷ୍ଟାର ଫେରାର୍ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । କୁହାଯାଉଛି ହାଇଦରକୁ ଜଗିଥିବା ଜଣେ ମାତ୍ର ସୁରକ୍ଷାକର୍ମୀଙ୍କୁ ଅଚେତ୍ ଅବସ୍ଥାରେ ଠାବ କରାଯାଇଥିଲା । ଏବେ ହାଇଦରକୁ ଧରିବା ପାଇଁ କଟକ ସହରର ସମସ୍ତ ପ୍ରବେଶ ପଥ ସିଲ୍ କରି ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ୨୦୦୯ରେ ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିଲା ହାଇଦର । କେନ୍ଦୁଝର ଖଣି ବେପାରୀ ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ମଧ୍ୟ ଥିଲା ହାଇଦରର ହାତ । ହତ୍ୟା ମାମଲାରେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହାଇଦର କାଟୁଥିଲା ଆଜୀବନ ଜେଲ ଦଣ୍ଡ । ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଥିଲା ହାଇଦର । ତେବେ କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons