ବିଭିନ୍ନ ସମସ୍ୟା ନେଇ ବିଜେଡି ପକ୍ଷରୁ ମନ୍ତ୍ରୀଙ୍କୁ ଦାବିପତ୍ର

Get real time updates directly on you device, subscribe now.

ତୁଷୁରା,(ବି.ବି.ନୁ୍ୟଜ): ତୁଷୁରା ସହରର ବିଭିନ୍ନ ସମସ୍ୟା ନେଇ ତୁଷୁରା ନଗର ବିଜୁ ଯୁବ ଜନତା ଦଳ ପକ୍ଷରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ ତୁଷୁରାକୁ ଦୀର୍ଘଦିନରୁ ଏନଏସି ଘୋଷଣା କରାଯାଇଥିଲେ ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ତୁଷୁରାରେ ଏକ ଉନ୍ନତମାନର ହସପିଟାଲ ନିର୍ମାଣ, ଯୁକ୍ତଦୁଇ ମାଧ୍ୟମିକ ବିଦ୍ୟାଳୟରେ ବାଣିଜ୍ୟ ଓ ବିଜ୍ଞାନ ବିଭାଗ ପ୍ରତିÂା, ବାଳକ ଉଚ୍ଚ ବିଦ୍ୟାଳୟରେ ଏନସିସି ବିଭାଗ ପ୍ରତିÂା, ତୁଷୁରାର ସମସ୍ତ ପୋଖରୀର ପୁନରୁଦ୍ଧାର ଆଦି ଦାବି ରହିଛି । ଦାବିପତ୍ର ପ୍ରଦାନ ବେଳେ ବିଜେଡି ନଗର ସଭାପତି ଅଜୟ ଜୟଶ୍ୱାଲ, ହେମନ୍ତ କଏଣ୍ଡା, ରମାକାନ୍ତ ମହାପାତ୍ର, ସଂଜୀବ ବେହେରା, ୱାକିଲ ମହମ୍ମଦ ପ୍ରମୁଖ ସାମିଲ ଥିଲେ । ସମସ୍ତ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons