ନୂଆଦିଲ୍ଲୀ:କରୋନା ଭୂତାଣୁର ତାଣ୍ଡବଲୀଳା ମଧ୍ୟରେ ଦେଶର ବିମାନ ଶିଳ୍ପ ଚିତ୍ପଟାଙ୍ଗ୍ ହୋଇ ପଡିଛି । ସଙ୍କଟ ମଧ୍ୟରେ ଗତି କରୁଥିବା ବିମାନ କମ୍ପାନିଙ୍କ ମୁଣ୍ଡରେ ପଡ଼ିଛି ଆଉ ଏକ ଚଡ଼କ । ଚଳିତ ମାସ ପାଇଁ ତୈଳ ବିପଣନ କମ୍ପାନିଗୁଡିକ ବିମାନ ଇନ୍ଧନ ଏଟିଏଫ୍ ମୂଲ୍ୟରେ ପ୍ରାୟ ୫୦% ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ କିଲୋଲିଟର ପିଛା ଆଭିଏସନ୍ ଟର୍ବାଇନ୍ ଫୁଏଲ୍(ଏଟିଏଫ୍) ମୂଲ୍ୟ ୩୩,୫୭୫ ଟଙ୍କାକୁ ବୃଦ୍ଧି ପାଇଛି । ଗତମାସ ତୁଳନାରେ ଏହା ୧୧,୦୦୦ ଟଙ୍କା ଅଧିକ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ କମ୍ପାନିଗୁଡିକ ଏଟିଏଫ୍ ଦର ବଢ଼ାଇଥିବା ଜଣାଯାଇଛି ।
ଅନ୍ୟପକ୍ଷରେ,ସିଲିଣ୍ଡର ପିଛା ଅଣ-ସବ୍ସିଡିଯୁକ୍ତ ରନ୍ଧନ ଗ୍ୟାସ ମୂଲ୍ୟରେ ୧୧.୫୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି ।
କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ କିଲୋଲିଟର ପିଛା ଏଟିଏଫ୍ ମୂଲ୍ୟ ଯଥାକ୍ରମେ ୩୮,୫୪୩.୪୮ ଟଙ୍କା, ୩୩,୦୭୦.୫୬ ଟଙ୍କା ଏବଂ ୩୪,୫୬୯.୩୦ ଟଙ୍କାକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ବିମାନ କମ୍ପାନିଗୁଡିକର ପରିଚାଳନା ଖର୍ଚ୍ଚରେ ୪୦ଧ ଇନ୍ଧନ ବାବଦ ବ୍ୟୟ ହୋଇଥାଏ । ଏଭଳି କ୍ଷେତ୍ରରେ ଏହି ବୃଦ୍ଧି କମ୍ପାନିଗୁଡିକର ବୋଝକୁ ବହୁ ମାତ୍ରାରେ ବଢ଼ାଇବ ।
ଗତ ସୋମବାରଠାରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । କରୋନା ସଙ୍କଟ ମଧ୍ୟରେ ଚାହିଦା କମ୍ ରହିଛି । ବିଭିନ୍ନ ରାଜ୍ୟରେ କ୍ୱାରେଣ୍ଟାଇନ୍ ନିୟମ, ସାମ୍ପ୍ରତିକ ସ୍ଥିତିରେ ବିମାନ ଯାତ୍ରାକୁ ନେଇ ଭୟ ଏବଂ ଦୁର୍ବଳ ଆର୍ଥିକ ସ୍ଥିତି ମଧ୍ୟରେ ଲୋକେ ବିମାନ ଯାତ୍ରାଠାରୁ ଦୂରେଇ ରହୁଛନ୍ତି । ଚାହିଦା ନ ଥିବାବେଳେ ଇନ୍ଧନ ଦରରେ ଏତେ ମାତ୍ରାରେ ବୃଦ୍ଧି କମ୍ପାନିଙ୍କ ପାଇଁ ବୋଝ ଉପରେ ନଳିତାବିଡା ପାଲଟିଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ରବିବାର ଟୁଇଟ୍ କରିଥିଲେ ଯେ, ୫୦୧ଟି ବିମାନରେ ୪୪,୫୯୩ ଯାତ୍ରୀ ଯାତ୍ରା କରିଛନ୍ତି । ଅର୍ଥାତ୍ ପ୍ରତି ବିମାନରେ ହାରାହାରି ଯାତ୍ରୀ ସଂଖ୍ୟା ୧୦୦ରୁ ବି କମ୍ ରହିଛି । ସିଟ୍ କ୍ଷମତା ୧୮୦ ଥିବାବେଳେ ଲୋଡ୍ ୫୦ରୁ ୬୦ଧ ମଧ୍ୟରେ ରହିଛି । ଟିକେଟ୍ ୱାନ୍ ୱେ ରହୁଛି । ଲିଜର୍ ଟ୍ରାଭେଲ ବର୍ତ୍ତମାନ ପାଇଁ ନାହିଁ । କରୋନା ଭୟରେ ଭବିଷ୍ୟତରେ କେବେ ଲୋକେ ବୁଲିବାକୁ ଯିବେ ତାହା କହିହେବ ନାହିଁ । ଏଥିପାଇଁ ଲମ୍ବା ସମୟ ଲାଗିବ । ଏଭଳି କ୍ଷେତ୍ରରେ କମ୍ପାନିଗୁଡିକର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ ବୋଲି ଜଣେ ବରିÂ ଏୟାର୍ଲାଇନ୍ସ ଅଧିକାରୀ ପ୍ରକାଶ କରିଛନ୍ତି ।
୨୦୨୦ ଫେବ୍ରୁଆରୀ ଯାଏ ବର୍ଷେ ପର୍ଯ୍ୟନ୍ତ ଦିଲ୍ଲୀରେ ଏଟିଏଫ୍ ଦର କିଲୋଲିଟର ପିଛା ୬୦,୦୦୦ରୁ ୬୫,୦୦୦ ଟଙ୍କା ମଧ୍ୟରେ ରହୁଥିଲା । କରୋନା ସଙ୍କଟ ମଧ୍ୟରେ ଲକ୍ଡାଉନ୍ ଯୋଗୁ ବିମାନ ସେବା ବାତିଲ ହେବାରୁ ମାର୍ଚ୍ଚରୁ ଏହା ଖସିବାକୁ ଆରମ୍ଭ ହେଲା । ଗତମାସ ଏଟିଏଫ୍ ଦର ରେକର୍ଡ ନିମ୍ନ ସ୍ତରକୁ ଖସିଥିଲା । ବର୍ତ୍ତମାନ ଆମେ ପୁଣି ଥରେ ଉଡାଣ ଆରମ୍ଭ କରୁଛୁ । ତାହାପୁଣି ଏଭଳି ସମୟରେ ଯେତେବେଳେ ଆମର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ । ଏଭଳି ସଙ୍କଟଜନକ ସମୟରେ ଏଟିଟିଏଫ୍ ଦରରେ ୪୮ଧ ବୃଦ୍ଧି ଆମକୁ ଅସହାୟ କରିଦେବ । ଆମେ ଉଧେଇବା କଷ୍ଟକର ହୋଇଯିବ । ଯାତ୍ରୀ ନାହାନ୍ତି । ରାଜସ୍ୱ ନାହିଁ । ଉଚ୍ଚ ଇନ୍ଧନ ଦର ଏବଂ ଦୁର୍ବଳ ଟଙ୍କା ସ୍ଥିତିରେ ସମସ୍ୟା ବହୁଗୁଣିତ ହୋଇଥିବା ଅଧିକାରୀଜଣକ କହିଛନ୍ତି ।
ସୂଚନାଯୋଗ୍ୟ, ମେ’ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ସଙ୍କଟଜନକ ସ୍ଥିତିରେ ବିମାନ କମ୍ପାନିଗୁଡିକୁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦିଆଯାଇନାହିଁ । ଏବେ ଏଟିଏଫ୍ ଦର ବୃଦ୍ଧି ଦ୍ୱାରା ଚିନ୍ତା ବହୁ ଗୁଣରେ ବୃଦ୍ଧି ପାଇଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.