ବିରଳ କଇଁଛ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ମାଲକାନଗିରି/କୋରକୁଣ୍ଡା,(ବି.ବି.ନୁ୍ୟଜ୍): ବିରଳ କଇଁଛ ଚୋରା ଚାଲାଣ ବେଳେ ବାଲିମେଳା ବନାଞ୍ଚଳ କର୍ମଚାରୀ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ହେଲା ସ୍ଥାନୀୟ ଏମଭି-୬୬ ଗାଁର ପିଣ୍ଟୁ ଗାଇନ । ତା ଠାରୁ ଏକ ବାଇକ୍ ଓ ୧୫ କିଲୋ ଓଜନର ଦୁଇଟି ବିରଳ କଇଁଛ ଜବତ ହୋଇଛି ।
ସୂଚନା ଅନୁସାରେ, ପାଣ୍ଟୁ ସୀମାନ୍ତ ଆନ୍ଧ୍ରରୁ ଏହି କଇଁଛ ଦୁଇଟିକୁ ଆଣି ମାଲକାନଗିରି ଅଭିମୁଖେ ଏକ ବାଇକ୍ରେ ଆସୁଥିଲା । ସୂଚନା ପାଇ ବାଲିମେଳା ରେଞ୍ଜ ଅଫିସର ସୁଶାନ୍ତ କୁମାର ଦଳେଇଙ୍କ ସହ ଅନ୍ୟ ବନ କର୍ମଚାରୀ ପିଣ୍ଟୁକୁ ଗୋଡାଇ ଚିତ୍ରକୋଣ୍ଡା ବାଲିମେଳା ଘାଟି ରାସ୍ତାରେ ଧରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons