ବିରଳ ପ୍ରଜାତିର ମାଛ ଚିହ୍ନଟ

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ୍): ବାଂଲାଦେଶରୁ ଚିହ୍ନଟ ହୋଇଛି ଏକ ବିରଳ ପ୍ରଜାତିର ମାଛ । ଏହି ମାଛର ବୈଜ୍ଞାନିକ ନାମ ହେଉଛି ଚିଲାନଡଣ୍ଟାପ୍ସ ବେଙ୍ଗାଲେନ୍ସିସ୍ ପଫର୍ ଫିସ୍ (ଓଡ଼ିଆ ଭାଷାରେ ବେଙ୍ଗଫୁଲା ମାଛ) । ଏହି ମାଛର ନାମକରଣ ତଥା ବର୍ଗୀକରଣ କରିଛନ୍ତି ଗୋପାଳପୁର ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର (ଜେଡ୍ଏସ୍ଆଇ)ର ବୈଜ୍ଞାନିକ ।
ଏହି ପ୍ରଜାତିର ମାଛ ଧାମରା ଠାରୁ ବାଂଲାଦେଶ ଉପକୂଳ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ଏହି ମାଛ ବିଷାକ୍ତ, ଓଜନ ପ୍ରାୟ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ରହିଥାଏ । ଏହି ପ୍ରଜାତିର ଶରୀର ମାଂସାଳି ଅଟେ । ଏମାନେ ଗେଣ୍ଡା, ଶାମୁକା, କଙ୍କଡା, ଛୋଟ ଛୋଟ ଜୀବ ଓ ଗୁଳ୍ମ ଖାଆନ୍ତି । ଏମାନଙ୍କ ପାଟିର ତଳ ଧାଡ଼ିରେ ୨ଟି ଓ ଉପର ଧାଡ଼ିରେ ୨ଟି ମୋଟା ଦାନ୍ତ ରହିଥାଏ । ଏମାନଙ୍କ ଶରୀରର ରଙ୍ଗ ଧଳା କିମ୍ବା ଗ୍ରେ କିମ୍ବା ଧଳା ଓ କଳା ରଙ୍ଗର ମିଶ୍ରିତ ଚିହ୍ନବିଶିଷ୍ଟ । ଏହି ପ୍ରଜାତିର ମାଛର ଚାହିଦା ଭାରତ ବାହାରେ ବିଶେଷ କରି ଜାପାନରେ ବେଶୀ ଚାହିଦା ରହୁଛି । ସେଠାରେ ଏହାକୁ ସ୍ୱତନ୍ତ୍ର ପଦ୍ଧତିରେ ରୋଷେଇ କରି ଖାଦ୍ୟ ଭାବେ ଗ୍ରହଣ କରାଯାଉଥିବା ଦର୍ଶାଇଛନ୍ତି ଗୋପାଳପୁର ଜେଡ୍ଏସ୍ଆଇ ବୈଜ୍ଞାନିକ ଡ. ଅନିଲ ମହାପାତ୍ର ।
ଏହି ନୂଆ ପ୍ରଜାତିର ବିରଳ ମାଛକୁ ୨୦୧୭ ମସିହାରେ ପଶ୍ଚିମବଙ୍ଗ ଉପକୂଳରୁ ଧରାଯାଇଥିଲା । ପରେ ଏହାକୁ ଗୋପାଳପୁରସ୍ଥିତ ଜେଡ୍ଏସ୍ଆଇ କେନ୍ଦ୍ରକୁ ଅଣାଯାଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଥିଲା । ନିକଟରେ ଫିସ୍ ଟେସ୍କା ଶୀର୍ଷକ ଅନ୍ତର୍ଜାତୀୟ ପ୍ରାଣୀ ବିଜ୍ଞାନ ସମ୍ବନ୍ଧିତ ପତ୍ରିକାରେ ଏ ବାବଦରେ ଆଲେଖ୍ୟ ପ୍ରକାଶିତ ହୋଇଛି । ଏହି ମାଛ ବାବଦରେ ଡ. ଅନିଲ ମହାପାତ୍ରଙ୍କ ସମେତ ସ୍ୱରୂପ ରଞ୍ଜନ ମହାନ୍ତି, କୋଲକତା ଜେଡ୍ଏସ୍ଆଇ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର, ଦୀଘା ଜେଡ୍ଏସ୍ଆଇ ବୈଜ୍ଞାନିକ ପ୍ରସାଦ ଚନ୍ଦ୍ର ଟୁଡୁ ଗବେଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons