ବିରୂପା ଘେରିବନ୍ଧ ବୁଲିବା ସହ ବିପନ୍ନଙ୍କୁ ଭେଟିଲେ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ାରେ ପହଞ୍ଚô ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଆନ୍ତଃ ବିଭାଗୀୟ କେନ୍ଦ୍ରୀୟ ଟିମ୍ ବୁଧବାର କେନ୍ଦ୍ରାପଡ଼ା ଗସ୍ତ କରି ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଡେରାବିଶର ବେଣୀପୁର, ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ । ଟିମ୍ର ପ୍ରତିନିଧିମାନେ ବିରୂପା ନଦୀର ବେଣୀପୁର ଘାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କୁ ଭେଟି ଥିଲେ । ପୂର୍ବାହ୍ନରେ ଏହି ବିଭାଗୀୟ ଟିମ (ଖ)କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ବାହାରି ସାଢେ ୧୧ଟାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଜଣ୍ଟିଲୋ ଜଳସେଚନ ଡାକ ବଙ୍ଗଳାରେ ପହଞ୍ଚôଥିଲେ । ପାଟନାସ୍ଥିତ କୃଷି ନିଗମ ଏବଂ କୃଷକ ମଙ୍ଗଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଦେ୍ର୍ଧଶକ ଡ. ବିଭେନ୍ଦ୍ର ସିଂହଙ୍କ ନେତୃତ୍ୱରେ ସଡ଼କ ପରିବହନ ଓ ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ର କେନ୍ଦ୍ରାପଡ଼ାରେ ପହଞ୍ଚôବା ପରେ ଏହି ଜିଲ୍ଲାରେ ଗତ ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ମାତ୍ରାଧିକ ବର୍ଷା ଏବଂ ତତ୍ଜନିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରୀୟ ଟିମ୍ଙ୍କୁ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ । ବନ୍ୟାରେ ବହୁଳ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲହାନୀ ହୋଇଥିବା ସୂଚନା ଦିଆଯାଇଥିଲା ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଟିମ୍ରେ ଉଦ୍ୟାନ କୃଷି ନିଦେ୍ର୍ଧଶକ ରୋହିତ କୁମାର ଲେଙ୍କା, ବନ୍ୟା ନିୟନ୍ତ୍ରଣ ମୁଖ୍ୟଯନ୍ତ୍ରୀ ଓ ନଦୀ ଅବବାହିକା ପରିଚାଳକ ଇଂ. ସୁଶାନ୍ତ କୁମାର ରଥ ଯୋଗଦେଇ ସହାୟତା କରିଥିଲେ । ମଧ୍ୟାହ୍ନରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ଡେରାବିଶ ବ୍ଲକ୍ର ବେଣୀପୁରରେ ହୋଇଥିବା ଘାଇ ପରିଦର୍ଶନ କରିଥିଲେ । ପରେ ପଟ୍ଟାମୁଣ୍ଡାଇ ବ୍ଲକର କୋଳଥିଆ, ପେଣ୍ଠପାଳ ପଞ୍ଚାୟତର ବାଲିକିରା ଗ୍ରାମ, ତରଡିପାଳ ପଞ୍ଚାୟତର ପୋଖରୀକୂଳ, ବାଲିଆ ହରିଜନ ସାହି, ଅଳପୁଆ ପଞ୍ଚାୟତର ମିଶ୍ରବାଗ, ହରିଜନ ସାହିର ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଥିଲେ । ଅପରାହ୍ନରେ ଆଳି ବ୍ଲକ୍ ଗସ୍ତକରି ଲୁଣାଘେରି ଅଞ୍ଚଳ ପରିଦର୍ଶନ କରିଥିଲେ । ଆଳି ଜଳସେଚନ ଡାକ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ପରେ ଡିମିରିପାଳ, ଅର୍ଗଳ, ଦେସାହି, ପାଳିମି, ଏରଡ଼ାଙ୍ଗ, ପେତପଡ଼ା, ପାତ୍ରପୁର, ମଧୁସୂଦନପୁର ପ୍ରମୁଖ ଆଳି ବ୍ଲକର ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ । ଅପରାହ୍ନରେ ରାଜକନିକା ଅଞ୍ଚଳର ଭାରିଗଦା ଓ କାନପୁର ବନ୍ୟାଞ୍ଚଳ ପରିଦର୍ଶନ କରି ସନ୍ଧ୍ୟାରେ ପୁରୀ ଜିଲ୍ଲା ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ଆନ୍ତଃ ବିଭାଗୀୟ କେନ୍ଦ୍ରୀୟ ଟିମ୍ଙ୍କ ଏହି ଗସ୍ତ ସମୟରେ ଆରକ୍ଷୀ ଅଧୀକ୍ଷକ ନୀତି ଶେଖର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରୀ ସେଠୀ, ଡିଆରଡିଏ ପିଡି ଦିଲ୍ଲୀପ କୁମାର ପରିଡ଼ା, ଡେପୁଟି କଲେକ୍ଟର ଜରୁରି ବିଭାଗ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, ମହାନଦୀ ଉତ୍ତରଖଣ୍ଡ ନିର୍ବାହୀ ଯନ୍ତ୍ରୀ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ, ଲୁଣା ଅବବାହିକା ଖଣ୍ଡ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା ଅଧିକାରୀ, ଡେରାବିଶ, ପଟ୍ଟାମୁଣ୍ଡାଇ, ରାଜକନିକା ଓ ଆଳି ବ୍ଲକର ବିଡିଓ ଏବଂ ତହସିଲଦାରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons