ବିର୍ଲାଙ୍କ ପାରିଶ୍ରମିକ ୧୫.୫ କୋଟି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ୨୦୧୮-୧୯ରେ ୧୫.୫୩ କୋଟି ଟଙ୍କା ପାରିଶ୍ରମିକ ପାଇଛନ୍ତି । ଏହାର ପୂର୍ବ ଆର୍ଥିକବର୍ଷ ତୁଳନାରେ ଏହା ୧୮.୮୨% କମ୍ ବୋଲି ଜଣାପଡ଼ିଛି । ୨୦୧୭-୧୮ରେ ବିର୍ଲା ୧୯.୧୩ କୋଟି ଟଙ୍କାର ପାରିଶ୍ରମିକ ପାଇଥିଲେ । ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରେ ଦେଶର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଅଲ୍ଟ୍ରାଟେକ୍ ଦୁଇଅଙ୍କ ଅଭିବୃଦ୍ଧି ଦେଖିଥିଲା । ସେହି ମୁତାବକ ଏହାର ଅଧ୍ୟକ୍ଷ ତଥା ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବିର୍ଲା ଅଧିକ ଦରମା ପାଇବା କଥା । କିନ୍ତୁ ତାହା ୧୮.୮୨ ହ୍ରାସ ପାଇଛି । ବିଗତ ଦୁଇବର୍ଷ ହେଲା ୫୨ ବର୍ଷୀୟ ବିର୍ଲାଙ୍କ ପାରିଶ୍ରମିକ ହ୍ରାସ ପାଇବାରେ ଲାଗିଛି । ୨୦୧୬-୧୭ରେ ତାଙ୍କର ପାରିଶ୍ରମିକ ୨୨.୫୦ କୋଟି ଟଙ୍କା ରହିଥିଲା । ଅଲ୍ଟ୍ରାଟେକ୍ର ପରିଚାଳନା ନିର୍ଦ୍ଦେଶକ କେ କେ ମାହେଶ୍ୱରୀଙ୍କ ଦରମା ମଧ୍ୟ ୪.୭୬% ହ୍ରାସ ପାଇ ୧୨.୯୬ କୋଟି ଟଙ୍କାକୁ ଖସିଆସିଛି । କମ୍ପାନିରେ ମୋଟ ୧୯,୫୫୭ ସ୍ଥାୟୀ କର୍ମଚାରୀ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons