
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗାଁ ବିଲେଇଲାଠି ବହୁମୁଖୀ ଡ୍ୟାମ ଓ ପ୍ରକଳ୍ପକୁ ବିରୋଧ ତେଜିବାରେ ଲାଗିଛି । ତିନିଗୋଟି ବ୍ଲକର ୧୦ ଟି ପଞ୍ଚାୟତ ଲୋକ ଏହାକୁ ବିରୋଧ କରିଛନ୍ତି । ଏହାକୁ ନେଇ ମଙ୍ଗଳବାର ଏକ ବୈଠକ ହୋଇଛି ।
ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକର ତେଲନଦୀ, ଝରିଗାଁ, ଗୁରୁସିଙ୍ଗା, ବେଲଗାଁ, ଏକମା, ଅଞ୍ଚଳା, ସୁନାବେଡା, ତୋହରା, କୁସି, ମୁଣ୍ଡିବେଡା ପଞ୍ଚାୟତର ଲୋକଙ୍କ ସହ ସରପଞ୍ଚ, ୱାର୍ଡ ସଭ୍ୟ, ଅନୁସୂଚିତ ଜନଜାତି ଲୋକ ଓ ସାଧାରଣ ଲୋକେ ଏକତ୍ରିତ ହୋଇ ନଦୀ ଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଭା କରିଛନ୍ତି । ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ଲୋକଙ୍କ ଦାବି ପୂରଣ ନହେଲେ କାମ କରିବାକୁ ଦିଆଯିବନି ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଙ୍ଘର୍ଷ କମିଟି ସଭାପତି ଶୁକଚାନ୍ଦ ସାନ୍ତା ଏହି ସୂଚନା ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚନ୍ଦାହାଣ୍ଡି ବ୍ଲକ ଲାଭ ପାଇବ ବୋଲି ତେଲନଦୀ ସରପଞ୍ଚ ପ୍ରକାଶ ସାନ୍ତା କହିଛନ୍ତି । ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳୁ ନଥିବାରୁ କାମ ହୋଇପାରୁ ନଥିବାବେଳେ ତୁରନ୍ତ କାମ ଆରମ୍ଭ କରିବାକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚଳିତ ମାସ ୧୬ ରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ସଂସଦରେ ପ୍ରଶ୍ନ କରିଥିଲେ । ଏ ସମ୍ପର୍କରେ ସାଂସଦଙ୍କୁ ପଚାରିବାରୁ ଲୋକଙ୍କ ଅଭିଯୋଗ ବୁଝିଥିବା କହିଛନ୍ତି । ପ୍ରକଳ୍ପ ହେଲେ ସବୁ ଲୋକ ଉପକୃତ ହେବେ ବୋଲି ସାଂସଦ କହିଛନ୍ତି ।


Comments are closed, but trackbacks and pingbacks are open.