ଭଦ୍ରକ, (ବି.ବି.ନୁ୍ୟଜ୍): ବିଲ ଖାତ ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ସଲିଳ ସମାଧି ଘଟିଛି । ସୋମବାର ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ସାବରଙ୍ଗ ନିକଟ ସାହାଡ଼ା ଗ୍ରାମରେ । ମୃତକ ଦୁହେଁ ହେଲେ ସାବରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ରହୁଥିବା ରଞ୍ଜନ କୁମାର ଧୂପାଳଙ୍କ ପୁଅ ଦେବୀଦତ୍ତ(୮) ଓ ପାର୍ଥସାରଥି ବେହେରାଙ୍କ ପୁଅ ବିଶ୍ୱଜିତ(୯) । ସ୍ଥାନୀୟ ଲକ୍ଷ୍ମୀନାରାୟଣ ପବ୍ଲିକ ସ୍କୁଲରେ ଦେବୀଦତ୍ତ ୪ର୍ଥ ଶ୍ରେଣୀରେ ଏବଂ ବିଶ୍ୱଜିତ୍ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ମଧ୍ୟାହ୍ନରେ ସ୍କୁଲରେ ପରୀକ୍ଷା ଦେଇ ଘରକୁ ଆସିବା ପରେ ଦେବୀଦତ୍ତ ଓ ପାର୍ଥସାରଥି ଖେଳିବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଉଭୟେ ଘରକୁ ଫେରି ନଥିଲେ । ଫଳରେ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଖୋଜିବା ପରେ ବିଲରେ ଥିବା ଏକ ଖାତରୁ ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ବିଶ୍ୱଜିତ, ଦେବୀଦତ୍ତଙ୍କୁ ମୃତ ଘୋଷଣା କରିଥିଲେ ।


Comments are closed, but trackbacks and pingbacks are open.