ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ଶିଶୁର ମୃତୁ୍ୟ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଠିକ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଜଣେ ଶିଶୁର ମୃତୁ୍ୟ ଘଟିଛି । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଏଜୁକେଶନ କଲେନୀର କୁମାର ଜାନୀ । ଆମ୍ବୁଲାନ୍ସ ଚାଳକଙ୍କୁ ନେହୁରା ହେବା ପରେ ମଧ୍ୟ ସେ ଆସି ନଥିଲେ । ବହୁ ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ତାଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୬)ଙ୍କ ମୃତୁ୍ୟ ଘଟିଥିବା ସେ କହିଛନ୍ତି ।
ଏଜୁକେଶନ କଲୋନୀର କୁମାର ଜାନୀଙ୍କ ପୁଅ ଗତ ଶୁକ୍ରବାର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ସଦର ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ମଧ୍ୟ ସୁସ୍ଥ ନହେବାରୁ ଶନିବାର ଡାକ୍ତର କୋରାପୁଟ ସହିଦ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ । କୁମାର ଅତ୍ୟନ୍ତ ଗରିବ ଥିବାରୁ ପୁଅକୁ କୋରାପୁଟ ନେବା ତାଙ୍କ ପକ୍ଷେ ସମ୍ଭବ ନଥିବା ଡାକ୍ତରଙ୍କୁ କହିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସକୁ ଫେନ କରିବାକୁ ପରାମର୍ଶ ଦେଇଥିଲେ । ସାଥିରେ ଯାଇଥିବା ଗାଁର ଜଣେ ଯୁବକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ଆମ୍ବୁଲାନ୍ସ ଆସି ଗାଡି ସାଇଡ କରୁଛି କହି ପଳାଇ ଯାଇଥିଲା । ପୁଣି ଥରେ ଫୋନ କରିବାରୁ ଆଉ ଏକ ଆମ୍ବୁଲାନ୍ସ ଆସି ଗୁରୁତର ଶିଶୁକୁ ନନେଇ ଅନ୍ୟଜଣେ ରୋଗୀଙ୍କୁ କୋରାପୁଟ ନେଇଥିଲା । ଉକ୍ତ ଆମ୍ବୁଲାନ୍ସ ଚାଳକଙ୍କୁ ପୁଅକୁ ନେଇଯିବାକୁ ବହୁତ କାକୁତିମିନତି କରିବା ପରେ ମଧ୍ୟ ସେ ରୋକଠୋକ ମନା କରିଦେଇଥିଲା । ଗୁରୁତର ହୋଇପଡୁଥିବା ପୁଅର ଅବସ୍ଥା ଦେଖି ବାପାମା’ ଡାକ୍ତରଖାନା ବାରଣ୍ଡାରେ ମୁଣ୍ଡପିଟି କାନ୍ଦିବା ଆରମ୍ଭ କରିଥିଲେ । ହସପିଟାଲ ବାରଣ୍ଡାରେ ଶିଶୁଟିକୁ ଧରି ଶନିବାର ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ରହିଥିଲେ । ପାଖରେ ଥିବା ଜଣେ ଯୁବକ ଆଉଥରେ ଆମ୍ବୁଲାନ୍ସକୁ ଫୋନ କରିବା ପରେ ରାତି ୧୦ଟାରେ ଏକ ଆମ୍ବୁଲାନ୍ସ ଆସି ଶିଶୁକୁ କୋରାପୁଟ ଡାକ୍ତରଖାନାକୁ ନେଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତୁ୍ୟ ଘଟିଥିଲା । ବିଳମ୍ବରେ ପହଞ୍ଚିଥିବାରୁ ଶିଶୁର ମୃତୁ୍ୟ ଘଟିଥିବା ଡାକ୍ତର କୁମାରଙ୍କୁ କହିଥିଲେ । ଆମ୍ବୁଲାନ୍ସ ସେବା ଠିକ ସମୟରେ ନମିଳିବାରୁ ଏକମାତ୍ର ପୁଅକୁ ହରାଇଥିବା କୁମାର ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଆଜି କୋରାପୁଟରୁ ଶିଶୁର ଶବକୁ ବହୁକଷ୍ଟରେ ଗାଁକୁ ଅଣାଯାଇଥିଲା । ଧାରଉଧାର କରି ଅଢେଇ ହଜାର ଟଙ୍କା ଦେଇ ଶବବାହକ ଗାଡିରେ ଶବ ଅଣାଯାଇଥିବା କୁମାର କହିଛନ୍ତି । ଶୁଶୁର ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା.ଅଜୟକୁମାର ବୈଠାରୁଙ୍କୁ ପଚାରିବାରୁ ଆମ୍ବୁଲାନ୍ସଗୁଡିକ ତାଙ୍କ ହାତରେ ନାହିଁ । ଭୁବନେଶ୍ୱରକୁ ଫେନ୍ ଗଲେ ସେଠାରୁ ଡ୍ରାଇଭରଙ୍କୁ ଫୋନ୍ ଆସିଲେ ସେବା ମିଳିପାରୁଥିବା କହିଛନ୍ତି । ସମ୍ପୃକ୍ତ ଗାଡି ନମ୍ବର ଜଣାଇଲେ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଡା. ବୈଠାରୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons