କେନ୍ଦୁଝର,(ବି.ବି.ନୁ୍ୟଜ): ସାରା ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୋହଲିବାରେ ଲାଗିଛି । ୨୦୧୭ ପଞ୍ଚାୟତ ନିର୍ବାଚନ ହେଉ କି ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲାରେ ଦଳ ଅସଫଳ ହେବା ପରେ ମଧ୍ୟ ଦଳୀୟ ଗୋÂୀ କନ୍ଦଳ ହ୍ରାସ ପାଇବା ବଦଳରେ ଦିନକୁ ଦିନ ତେଜିବାରେ ଲାଗିଛି । ଗୁରୁବାର ବିଳମ୍ବିତ ରାତ୍ରୀରେ ସଦର ମହକୁମାରେ ଥିବା କଂଗ୍ରେସ ଭବନରେ ପଶି କେହି ବ୍ୟାପକ ଭଙ୍ଗାରୁଜା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବ୍ୟାନର୍ ଚିରିବା ଓ ଜିଲ୍ଲା ସଭାପତି ବିପ୍ଳବ ମିଶ୍ରଙ୍କ ବ୍ୟାନରରେ ନିଅାଁ ଲଗାଇବା ଘଟଣା ଦଳୀୟ ଗୋÂୀକନ୍ଦଳ ପଦାରେ ପଡ଼ିଛି । ଦଳୀୟ ନେତାଙ୍କ ପତିଆରା କମି ଚାଲିଥିବା ବେଳେ ଭୋଟର ଓ କର୍ମୀ ମଧ୍ୟ ଦଳ ଛାଡ଼ି ଚାଲି ଯାଉଛନ୍ତି । ହାଇକମାଣ୍ଡ୍ ଏହାକୁ ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହେବା ଚର୍ଚ୍ଚାର ବିଷୟ ହୋଇଛି ।
ସମଗ୍ର ରାଜ୍ୟରେ କଂଗ୍ରେସ ଭଳି ଏକ ଜାତୀୟ ଦଳ ଦୁର୍ଦ୍ଧିନ ମଧ୍ୟରେ ଗତି କରୁଛି । ଦଳକୁ ସଜାଡ଼ିବାରେ ନେତୃତ୍ୱ ଅଭାବ ଯୋଗୁଁ କର୍ମୀମାନେ ଦଳଠାରୁ ମୁହଁ ଫେରାଇ ନେଇଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ୩୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଦଳ ଗୋଟିଏ ସ୍ଥାନରେ ମଧ୍ୟ ବିଜୟୀ ହୋଇପାରି ନଥିଲା । ଗତ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ରାଜ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେବା ପରେ ସଙ୍ଗଠନ ସୁଦୃଢ଼ ହେବା ଆଶଙ୍କା କରାଯାଉଥିଲା । ମାତ୍ର ସେଭଳି ପରିସ୍ଥିତି ସୃଷ୍ଟି ହୋଇ ପାରିଲା ନାହିଁ । ବରଂ କ୍ଷମତାକୁ ନେଇ ଦଳରେ ଆହୁରି ଗୋÂୀ କନ୍ଦଳ ଦେଖାଦେଲା । କିଛିଦିନ ତଳେ ଯୁବ କଂଗ୍ରେସ ସଭାପତି ପଦକୁ ନେଇ ବିବାଦ ହେବା ପରେ କଂଗ୍ରେସର ଅସନ୍ତୁଷ୍ଟ କର୍ମୀ କେନ୍ଦୁଝର କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ବ୍ୟାନର୍କୁ ଚିରାଚିରି କରିଥିଲେ । ଏବେ ଜିଲ୍ଲା ସଭାପତି ମନୋନୀତ ହେବା ପରେ ପୁଣି ଗୋÂୀ କନ୍ଦଳ ବଢ଼ିବାରେ ଲାଗିଛି । ନିକଟରେ ଜିଲ୍ଲା ସଭାପତି ଭାବେ ବିପ୍ଳବ ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟିଏ ମୁÂିମେୟ ଗୋÂୀ ଦଳୀୟ କାର୍ଯ୍ୟକ୍ରମରୁ ବାଦ୍ ରହିଛନ୍ତି । ଗୁରୁବାର ରାତିରେ କିଛି ଲୋକେ କଂଗ୍ରେସ ଭବନରେ ପଶିଥିଲେ । କଂଗ୍ରେସ ଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ସ୍ଥାନୀୟ ଫୁଲ ଦୋକାନୀକୁ ପିଟାମରା କରିବା ପରେ ବିଭିନ୍ନ ପ୍ରକୋÂରେ ଲାଗିଥିବା ମହାପୁରୁଷଙ୍କ ଫଟୋଚିତ୍ରକୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ । କବାଟକୁ ମଧ୍ୟ ଗୋଇଠା ମାରି ଭଙ୍ଗାରୁଜା କରିବା ସହ ପିସିସି ସଭାପତିଙ୍କ ବ୍ୟାନରକୁ ନିଅାଁ ଲଗାଇ ଦେଇଥିଲେ । ସଭାପତିଙ୍କ ଟେବୁଲ୍କୁ ମଧ ଜଖମ କରି ପକାଇଥିଲେ । ଏହାସହିତ ଅନ୍ୟାନ୍ୟ ଉପକରଣ ମଧ୍ୟ କଚାଡ଼ି ଚଟାଣରେ ଫିଙ୍ଗି ଦେଇଥିଲେ । ହେଲମେଟ୍ ପିନ୍ଧି ୩ରୁ ୪ ଜଣ ଯୁବକ ଏହି କାଣ୍ଡ ଘଟାଇଥିବା ଶୁକ୍ରବାର ଫୁଲ ଦୋକାନୀ ବୟାନ ଦେଇଛନ୍ତି । ଏନେଇ କଂଗ୍ରେସ ସଭାପତି ବିପ୍ଳବ ମିଶ୍ର ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।
ଏ ସମ୍ପର୍କରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ରଙ୍କୁ ପଚାରିବାରୁ କଂଗ୍ରେସରେ କୌଣସି ଗୋÂୀ କନ୍ଦଳ ନାହିଁ । ଏହା ବିରୋଧୀ ଦଳଙ୍କ କାଣ୍ଡ । ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.