ବିଶାଳ ବିଜୟରୁ ଭାରତର ଅଭିଯାନ

Get real time updates directly on you device, subscribe now.

ହିରୋସୀମା: ଜାପାନ୍ର ହିରୋସୀମା ଠାରେ ଆରମ୍ଭ ହୋଇଥିବା ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସରେ ଭାରତ ବିଶାଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଉରୁଗୁଏ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪-୧ ଗୋଲରେ ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଅନ୍ୟ ମ୍ୟାଚ୍ଗୁଡିକରେ ଚିଲି ୭-୦ ଗୋଲରେ ମେକ୍ସିକୋକୁ ପରାସ୍ତ କରିଥିବା ବେଳେ ଜାପାନ୍ ୨-୧ ଗୋଲରେ ରୁଷିଆକୁ ଓ ପୋଲାଣ୍ଡ ୬-୦ ଗୋଲରେ ଫିଜିକୁ ହରାଇଛି । ଆସନ୍ତାକାଲି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ରେ ପୋଲାଣ୍ଡକୁ ଭେଟିବ ।
ପ୍ରଥମ କ୍ୱାର୍ଟର: ଶକ୍ତିଶାଳୀ ଭାରତ ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ଛୋଟ ଛୋଟ ପାସ୍ ବିନିମୟରେ ସୁଯୋଗ ସୃଷ୍ଟି କରିଥିଲା । ତେଣୁ୧୦ ମିନିଟ୍ରେ ଦଳ ଗୋଲ୍ ଖାତା ଖୋଲିଥିଲା । ଅଧିନାୟିକା ରାଣୀ ଏକ ଚମ+ାର ଫିଲ୍ଡ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ । ୨ଟି ପେନାଲ୍ଟି କର୍ଣ୍ଣର ସୃଷ୍ଟି କରିଥିଲେ ହେଁ ଉରୁଗୁଏ ଗୋଲ ଖାତା ଖୋଲିପାରିନଥିଲା ।
ଦ୍ୱିତୀୟ କ୍ୱାର୍ଟର: ସମୟ ଆଗେଇବା ସହ ଭାରତ ଆକ୍ରମଣକୁ ତୀବ୍ରତର କରିଥିଲା । ରାଣୀ ବାହିନୀକୁ ଅଟକାଇବାରେ ଉରୁଗୁଏ ଖେଳାଳି ବିଫଳ ହୋଇଥିଲେ । ୨୧ତମ ମିନିଟିରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଗୁରୁଜିତ୍ କୌର ଏହାକୁ ଗୋଲର ରୂପ ଦେବାରେ କୌଣସି ତ୍ରୁଟି କରିନଥିଲେ । ଏହି ଭାଗରେ ମଧ୍ୟରେ ଉରୁଗୁଏ ଗୋଲ କରିବାରେ ବିଫଳ ହୋଇଥିଲା । ଇତିମଧ୍ୟରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା ।
ତୃତୀୟ କ୍ୱାର୍ଟର: ମୁକାବିଲା ବେଶ ରୋମାଞ୍ଚକର ହୋଇଥିଲା । ମ୍ୟାଚ୍କୁ ଫେରିବାକୁ ଉରୁଗୁଏ ସବୁ ଶକ୍ତି ଖଟାଇ ଦେଇଥିଲା । ଦଳ ୨ଟି ପେନାଲ୍ଟି କର୍ଣ୍ଣର ସୃଷ୍ଟି କରିଥିଲେ ମଧ୍ୟ ଗୋଲର ରୂପ ଦେଇପାରିନଥିଲା । ଭାରତ ଏହି ଭାଗରେ ଏକ ଫିଲ୍ଡ ଗୋଲ କରିଥିଲା । ୪୦ତମ ମିନିଟ୍ରେ ଜ୍ୟୋତି ଏହି ଗୋଲ କରିଥିଲେ ।
ଚତୁର୍ଥ କ୍ୱାର୍ଟର: ଅନ୍ତିମ କ୍ୱାର୍ଟରରେ ଘମାଘୋଟ ଲଢ଼େଇ ହୋଇଥିଲା । ୫୧ତମ ମିନିଟ୍ରେ ଉରୁଗୁଏ ପ୍ରଥମ ଗୋଲ କରିଥିଲା । ମାରିଆ ଟେରେସା ଏହି ଗୋଲ କରିଥିଲେ । ମାତ୍ର ସେତେବେଳକୁ ଦଳ ମ୍ୟାଚ୍ ହାତଛଡ଼ା କରିସାରିଥିଲା । ୫୬ତମ ମିନିଟ୍ରେ ଭାରତ ଚତୁର୍ଥ ଗୋଲ କରି ମ୍ୟାଚ୍କୁ ୪-୧ରେ ଜିତିନେଇଥିଲା । ଦଳର ଷ୍ଟାର କେଳାଳି ଲାଲ୍ରେସିଆମି ଏହି ଫିଲ୍ଡଗୋଲ କରି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons