ବିଶ୍ୱ ଅର୍ଥନୀତିକୁ ମାଡିଆସୁଛି ବିପଦ

Get real time updates directly on you device, subscribe now.

ନୂଆଦିଲ୍ଲୀ:ସିଙ୍ଗାପୁର ଅର୍ଥନୀତିରେ ଏବେ ମାନ୍ଦାବସ୍ଥା । ଚୀନ୍ ରପ୍ତାନିରେ ବଡ଼ ଧରଣ ହ୍ରାସ ଘଟିଛି । ଏଭଳି କ୍ଷେତ୍ରରେ ବିଶ୍ୱ ଅର୍ଥନୀତିପାଇଁ ବିପଦ ରହିଥିବା ଅର୍ଥନୀତିଜ୍ଞମାନେପୂର୍ବାନୁମାନ କରିଛନ୍ତି । ବିଶ୍ୱ ବାଣିଜ୍ୟ ସ୍ଥିତି ବିଗିଡିବା ଦ୍ୱାରା ବ୍ୟବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବ ବୋଲି ଏମାନେ ଆକଳନ କରିଛନ୍ତି ।
ଚଳିତ ବର୍ଷର ଦ୍ୱିତୀୟ ତ୍ରୟମାସରେ ସିଙ୍ଗାପୁରର ଅର୍ଥନୈତିକ ଅଭିବୃଦ୍ଧି ୩.୪ଧକୁ ଖସିଆସିଛି । ୨୦୧୨ରୁ ଏହା ସର୍ବୋଚ୍ଚ ହ୍ରାସ । ଅନ୍ୟପକ୍ଷରେ, ଗତବର୍ଷ ତୁଳନାରେ ଚଳିତବର୍ଷ ଜୁନ୍ରେ ଚୀନ୍ର ରପ୍ତାନିରେ ୧.୩ଧ ହ୍ରାସ ଘଟିଛି । ଏଠାରେ ଆମଦାନିରେ ୭.୩ଧରୁ ଊଦ୍ଧ୍ୱର୍ ହ୍ରାସ ଘଟିଥିବା ଜଣାଯାଇଛି । ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ମନ୍ଥରତା ଯୋଗୁ ଆଗକୁ ଏକ ବଡ଼ ବିପଦ ମାଡି ଆସୁଥିବା ଅର୍ଥନୀତିଜ୍ଞମାନେ ଆଶଙ୍କାପ୍ରକାଶ କରିଛନ୍ତି ।
୨୦୧୯ରପ୍ରଥମ ତ୍ରୟମାସରେ ଦକ୍ଷିଣ କୋରିଆ ଅର୍ଥନୀତିରେ ହ୍ରାସ ଘଟିଥିଲା । କିନ୍ତୁ ସିଙ୍ଗାପୁରରେ ବିପତନ ଘଟିବ ତାହା ଆଶା କରାଯାଉ ନ ଥିଲା । ବିଶ୍ୱ ଚାହିଦାରେ ସିଙ୍ଗାପୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ବିଶ୍ୱ ବାଣିଜ୍ୟରେ ଏହାର ନିର୍ଭରତା ଅଧିକ । ଅନ୍ୟପକ୍ଷରେ, ସୋମବାର ଚୀନ୍ର ତ୍ରୟମାସିକ ଜିଡିପି ଅଙ୍କପ୍ରକାଶପାଇବ । ଏହା ମଧ୍ୟ ଦୁର୍ବଳ ରହିଥିବା ଆଶଙ୍କା କରାଯାଉଛି । ଏସବୁ ମଧ୍ୟରେ ସମଗ୍ର ଏସିଆ ମହାଦେଶପ୍ରଭାବିତ ହେବାକୁ ଯାଉଥିବା ସିଙ୍ଗାପୁରସ୍ଥିତ ମେବ୍ୟାଙ୍କ କିମ୍ ଇଙ୍ଗ୍ ରିସର୍ଚ୍ଚପିଟିଇର ଅର୍ଥନୀତିଜ୍ଞ ଚୁଆ ହକ୍ ବିନ୍ପ୍ରକାଶ କରିଛନ୍ତି ।
ସେ କହିଛନ୍ତି କୋଇଲା ଖଣିର ମୁଖବୀର ହେଉଛି ସିଙ୍ଗାପୁର । ବାଣିଜ୍ୟ କ୍ଷେତ୍ରରେ ଏହା ଏକ ମୁକ୍ତ ରାଷ୍ଟ୍ର । ଏହି ଅର୍ଥନୀତିରେ ମାନ୍ଦାବସ୍ଥା ସମଗ୍ର ଏସିଆ ମହାଦେଶକୁପ୍ରଭାବିତ କରିପାରେ ।
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍)ପ୍ରଦତ୍ତ ତଥ୍ୟ ଅନୁଯାୟୀ ଏସିଆ ଏବଂ ୟୁରୋପରେ ଜୁନ୍ରେ ଶିଳ୍ପ କାରବାରପ୍ରଭାବିତ ହୋଇଛି । ବିଶ୍ୱର ଶିଳ୍ପ ଇଞ୍ଜିନ ହେଉଛି ଏସିଆ । ବିଶ୍ୱ ଜିଡିପିରେ ଏହାର ଅବଦାନ ୬୦ଧରୁ ଅଧିକ ରହିଛି । ଏଭଳି କ୍ଷେତ୍ରରେ ଏସିଆ ମହାଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ଅର୍ଥ ସମଗ୍ର ବିଶ୍ୱ ଅର୍ଥନୀତି ଉପରେ କଳାବାଦଲ ରହିଛି । ଆମେରିକାରେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧି ସାମାନ୍ୟ ଅଛି ।
ସିଙ୍ଗାପୁରରେ ସାଧାରଣତଃ ରପ୍ତାନି ଜିଡିପିର ୧୭୬% । ଗତ କିଛି ଦିନ ହେବ ଏହା ବୃହତ୍ ମାତ୍ରାରେପ୍ରଭାବିତ ହୋଇଛି । ମେ’ ରପ୍ତାନିରେ ହୋଇଥିବା ହ୍ରାସ ୨୦୧୩ରୁ ବୃହତ୍ । ବିଶ୍ୱ ଅର୍ଥନୀତିପାଇଁ ଏହା ଏକ ବିକୃତ ଚିତ୍ରପ୍ରଦାନ କରୁଛି । ଆଗକୁ ଏକ ବାସ୍ତବ ମାନ୍ଦାବସ୍ଥା ସମ୍ଭାବନା ରହିଥିବା ବିନ୍ କହିଛନ୍ତି ।
ଏହି ତଥ୍ୟ ଆସିବାପରେ ସିଙ୍ଗାପୁର ଡଲାର ଆମେରିକୀୟ ଡଲାର ତୁଳନାରେ ୦.୧% ହ୍ରାସ ଘଟିଛି ।
ବିଶ୍ୱ ଅର୍ଥନୀତିର ଗତି ମନ୍ଥର ରହିଛି । ତା’ସହ ଆମେରିକା-ଚୀନ୍ ମଧ୍ୟରେ ବାଣିଜ୍ୟ ସମସ୍ୟା ଆଉ ଏକ ସଙ୍କଟକୁ ଡାକୁଛି । ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟିକ ବୁଝାମଣା ଆରମ୍ଭ ହେବାପରେ ଯାଇ ବିଶ୍ୱ ଅର୍ଥନୀତିରେ ସୁଧାର ଘଟିପାରେ ବୋଲି ଅର୍ଥନୀତିଜ୍ଞମାନେପ୍ରକାଶ କରିଛନ୍ତି । ବିଶ୍ୱ ଅର୍ଥନୀତିକୁ ନେଇ ମୋର୍ଗାନ ଷ୍ଟାନ୍ଲେ ୨୦୧୯ ଏବଂ ୨୦୨୦ ବର୍ଷପାଇଁ ଏହାର ଅଭିବୃଦ୍ଧି ଆକଳନକୁ ଯଥାକ୍ରମେ ୩ଧ ଏବଂ ୩.୨%କୁ ଖସାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons