ନୂଆଦିଲ୍ଲୀ: ନେଦରଲାଣ୍ଡ୍ସର ବେନ୍ବୋସ୍ ଠାରେ ଚାଲିଥିବା ବିଶ୍ୱ ଆର୍ଚେରୀ ଚାମ୍ପିଅନ୍ସିପରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଶନିବାର ତୁର୍କୀ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତୀୟ ଦଳ ୩ ପଏଣ୍ଟରେ ବିଜୟୀ ହୋଇଥିଲା । ଜ୍ୟୋତି ସୁରେଖା ଭେନମ୍, ମୁସ୍କାନ କିରାର୍ ଓ ରାଜ କୌରଙ୍କୁ ନେଇ ଗଠିତ ଭାରତୀୟ ଦଳ ତୁର୍କୀକୁ ୨୨୯-୨୨୬ରେ ପରାସ୍ତ କରିଥିଲା ।
ଏସିଆଡ୍ ରୌପ୍ୟ ବିଜୟୀନି ଜ୍ୟୋତି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆରମ୍ଭରୁ ପଛୁଆ ରହିଥିବା ଭାରତୀୟ ଦଳ ଜ୍ୟୋତିଙ୍କ ଚମ+ାର ପ୍ରଦର୍ଶନ ବଳରେ ବ୍ରୋଞ୍ଜ ହାତେଇବାକୁ ସକ୍ଷମ ହୋଇଥିଲା । ଜ୍ୟୋତି ୮ଟି ତୀରରୁ ୬ଟି ପରଫେକ୍ଟ ୧୦ ପଏଣ୍ଟ ଲେଖାଏଁ ସ୍କୋର କରିଥିଲେ । ମୁକାବିଲାର ପ୍ରଥମ ରାଉଣ୍ଡରେ ଭାରତ ୫୫-୫୭ରେ ପଛୁଆ ରହିଥିଲା । ଦ୍ୱିତୀୟ ରାଉଣ୍ଡରେ ଜ୍ୟୋତି ଲୟ ପାଇଥିଲେ ଓ ଭାରତ ୫୮-୫୩ରେ ଆଗୁଆ ରହିଥିଲା । ତୃତୀୟ ରାଉଣ୍ଡ ଉଭୟ ଦଳ ମଧ୍ୟରେ କଡ଼ା ଟକ୍ରର ହୋଇଥିଲା । ଉଭୟ ଦଳ ସମାନ ୫୮-୫୮ ପଏଣ୍ଟ ସ୍କୋର କରିଥିଲେ । ଚତୁର୍ଥ ରାଉଣ୍ଡରେ ଭାରତ ୫୮ ପଏଣ୍ଟ ସ୍କୋର କରିଥିବା ବେଳେ ତୁର୍କୀ ୫୭ ପଏଣ୍ଟ ସ୍କୋର କରିଥିଲା । ଏଥିସହିତ ଭାରତ ୨୨୯-୨୨୬ ପଏଣ୍ଟରେ ବିଜୟୀ ହୋଇଥିଲା । ଆସନ୍ତାକାଲି ଭାରତୀୟ ପୁରୁଷ ରିକର୍ଭ ଦଳ ସ୍ୱର୍ଣ୍ଣ ପଦକ ପାଇଁ ଚୀନ୍ ସହ ଲଢ଼େଇ କରିବ । ଦଳ ୧୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ମୁକାବିଲା ଖେଳିବାକୁ ଯାଉଛି ।
Comments are closed, but trackbacks and pingbacks are open.