ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ୨୫ରୁ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ମହିମା ଧର୍ମର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ହେବାକୁ ଥିବା ଏହି ମେଳା କୋଭିଡ୍ କଟକଣା ମଧ୍ୟରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ଏ ନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହଠାରେ ଅନୁÂିତ ହୋଇଯାଇଛି ।
ବୈଠକରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କୋଭିଡ୍ କଟକଣା ପାଳନ ପୂର୍ବକ ମେଳା ଆୟୋଜନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ତେଣୁ ମେଳା ଯୋଗୁଁ ଯେପରି ସଂକ୍ରମଣ ବୃଦ୍ଧି ନପାଇବ ସେ ଦିଗରେ ଗୁରୁତ୍ୱ ଦେବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ଜିଲ୍ଲାପାଳ । ଯୋରନ୍ଦା ମାଘ ମେଳାରେ ଅଧିକ ଜନ ସମାଗମ ନକରି ସମସ୍ତ ନୀତିନିୟମ, ପରମ୍ପରା ଓ ସଂସ୍କୃତିକୁ ନେଇ ମେଳା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମେଳାର କୌଣସି ଅପେରା, ଦୋଳି, ସିନେମା, କଣ୍ଢେଇନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ମେଳାକୁ ଆସୁଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଶୂନ୍ୟ ମନ୍ଦିର ବେଢ଼ାକୁ ଏକକାଳୀନ ୫୦ ଜଣ ଦର୍ଶନାର୍ଥୀଙ୍କୁ ସର୍ବାଧିକ ୧୦ ମିନିଟ୍ ସମୟ ପାଇଁ ପ୍ରବେଶ ଅନୁମତି ମିଳିବ ।
ସେହିପରି ମେଳାରେ ସୀମିତ ସଂଖ୍ୟକ ଦୋକାନକୁ ଅନୁମତି ପ୍ରଦାନ କରାଯିବ । ବାହାର ଜିଲ୍ଲାରୁ ଆସୁଥିବା ମହିମା ଧର୍ମର ଅନୁଗାମୀ, ବ୍ୟବସାୟୀ ଓ ମହିମାଗାଦିର ସମସ୍ତ ଅନ୍ତେବାସୀମାନଙ୍କ ୨୪ ତାରିଖ ସୁଦ୍ଧା ଆଣ୍ଟିଜେନ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୨୫ ତାରିଖ ଠାରୁ ବାହାର ରାଜ୍ୟରୁ ଆସୁଥିବା ସଂଦିଗ୍ଧ ଅସୁସ୍ଥମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବା ପାଇଁ ସ୍ଥିର ହୋଇଛି । ଏଣୁ ବାହାରୁ ଆସୁଥିବା ସାଧୁସନ୍ଥ, ମହିମା ଅନୁଗାମୀମାନେ ୭ ଦିନ ମଧ୍ୟରେ ହୋଇଥିବା କରୋନା ଟେଷ୍ଟ୍ ରିପୋର୍ଟ ସାଙ୍ଗରେ ଆଣିବାକୁ କୁହାଯାଇଛି । ମେଳା ଅବସରରେ କରୋନା ପଜିଟିଭ୍ ଚିହ୍ନଟ ମାନଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି । ମେଳାରେ କିଣାବିକା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ଏବଂ ସ୍ୱଚ୍ଛତା ପ୍ରତି ସର୍ବାଧିକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଗଁଦିଆ ବିଡିଓ, ଯୋରନ୍ଦା ପଞ୍ଚାୟତ ସରପଞ୍ଚ ଏବଂ ଲୋକପ୍ରତିନିଧି ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।
ମେଳାରେ ପାନୀୟ ଜଳ ଯୋଗାଣ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ପରିମଳ, କୂଅ ପୋଖରୀ ବିଶୋଧନ, ମୋବାଇଲ ଟଏଲେଟ ସ୍ଥାପନ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଶୌଚାଳୟ ନିର୍ମାଣ, ସ୍ୱାସ୍ଥ୍ୟ ଶିବିର, ଗାଡ଼ି ପାର୍କିଂ, ଯାନବାହନ ନିମନ୍ତ୍ରଣ, ପୁଲିସ ମୁତୟନ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ନରୋତ୍ତମ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିନୟକୃଷ୍ଣ କାମିଲା, ଡିଏଫ୍ଓ ପ୍ରକାଶ ଚାନ୍ଦ ଗୋଗିନେନୀ, ସିଡିଏମ୍ଓ ଡା. ସୁଜାତାରାଣୀ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ଗଁଦିଆ ବିଡ଼ିଓ ଶିବଶଙ୍କର ମିଶ୍ର, ଜିଲ୍ଲା ଆପାତଃକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ଡିଆଇବି ଡିଏସ୍ପି ଯୋଗେଶ୍ୱର ଓରାମ, ଡେପୁଟି କଲେକ୍ଟର ହରିହର ପଞ୍ଚୁଆତି, ଯୋରନ୍ଦା ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ମହିମାଗାଦିର ବାବା ଦୀନବନ୍ଧୁ ଦାସ, ବାବା ରଘୁବର ଦାସ, ବାବା ବିଜୟ ଦାସ, ବାବା ଇନ୍ଦ୍ରମଣି ଦାସ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons