ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଭାରତର ମହିଳା ବ୍ୟାଡ଼ମିଣ୍ଟନ ତାରକା ପିଭି ସିନ୍ଧୁ । ସ୍ୱିଜରଲାଣ୍ଡର ବାସେଲ ଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଟାଇଟଲ ସହ ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ଭାରତର ପ୍ରଥମ ଖେଳାଳି ଭାବେ ସିନ୍ଧୁ ବିଶ୍ୱ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଆଜି ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ୨୧-୭, ୨୧-୭ ଗେମ୍ରେ ପରାସ୍ତ କରିଥିଲେ । ଏହି ବିଜୟ ସହ ସେ ୨୦୧୭ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଥିଲେ । ଓକୁହାରାଙ୍କ ବିପକ୍ଷରେ ଏହା ଥିଲା ସିନ୍ଧୁଙ୍କ ନବମ ବିଜୟ । ଏହି ବିଜୟ ସହ ସିନ୍ଧୁଙ୍କ ନାମରେ ଅନେକ ରେକର୍ଡ ଯୋଡି ହୋଇ ଯାଇଥିଲା । ସେ ବିଶ୍ୱର ଦ୍ୱିତୀୟ ମହିଳା ଖେଳାଳି ଭାବେ ବିଶ୍ୱ ଚାମ୍ପିଅନ୍ସିପ୍ରେ ୫ଟି ପଦକ ହାସଲ କରିଥିଲେ । ପୂର୍ବରୁ ସେ ୨୦୧୭ ଓ ୨୦୧୮ ସଂସ୍କରଣରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବାବେଳେ ୨୦୧୩ ଓ ୨୦୧୪ରେ ବ୍ରୋଞ୍ଜ ଜିତିଥିଲେ । ୨୦୧୩ରେ ବିଶ୍ୱ ଚାମ୍ପିଅନ୍ସିପ୍ ପଦାର୍ପଣ କରିଥିବା ସିନ୍ଧୁ ୬ ବର୍ଷ ମଧ୍ୟରେ ୪ଟି ପଦକ ହାସଲ କରି ନେଇଥିଲେ । ହେଲେ ଟାଇଟଲ ହାସଲ କରିବାରେ ସେ ବିଫଳ ହୋଇଥିଲେ । ୨୦୧୭ରେ ଓକୁହାରାଙ୍କଠୁ ଓ ୨୦୧୮ରେ କାରୋଲିନା ମାରିନଙ୍କଠୁ ଫାଇନାଲ୍ରେ ହାରିବା ପରେ ସିନ୍ଧୁଙ୍କ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ପୂରଣ ହେବା ନେଇ ଆଶଙ୍କା ଦେଖା ଦେଇଥିଲା । ବାରମ୍ବାର ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ହାରି ସିନ୍ଧୁ ସମାଲୋଚିତ ହୋଇଥିଲେ । ଏଥର ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସିନ୍ଧୁ ପୂର୍ଣ୍ଣ ଆଧିପତ୍ୟ ଜାହିର କରିଥିଲେ । ପ୍ରତି ମ୍ୟାଚ୍ରେ ସେ ସିଧାସଳଖ ବିଜୟ ହାସଲ କରିଥିଲେ । କେବଳ ତାଇ ଜୁ ୟିଙ୍ଗ୍ଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ୍ ୩ଟି ଗେମ୍ ବିଶିଷ୍ଟ ମୁକାବିଲା ରହିଥିଲା । ଓକୁହାରାଙ୍କ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଏଭଳି ଏକତରଫା ହେବ ବୋଲି କେହି କେବେ ଆକଳନ କରିନଥିଲେ । ମ୍ୟାଚ୍ର ପ୍ରଥମ ପଏଣ୍ଟ ଓକୁହାରାଙ୍କ ପକ୍ଷରେ ଯାଇଥିଲା । ହେଲେ ଏହାପରେ ସିନ୍ଧୁ ତାଙ୍କୁ ସହଜରେ ପଏଣ୍ଟ ହାତେଇବାକୁ ସୁଯୋଗ ଦେଇ ନଥିଲେ ।

ଓକୁହାରାଙ୍କ ବିପକ୍ଷରେ ଏହା ଥିଲା ସିନ୍ଧୁଙ୍କ ନବମ ବିଜୟ । ଏହି ବିଜୟ ସହ ସିନ୍ଧୁଙ୍କ ନାମରେ ଅନେକ ରେକର୍ଡ ଯୋଡି ହୋଇ ଯାଇଥିଲା । ସେ ବିଶ୍ୱର ଦ୍ୱିତୀୟ ମହିଳା ଖେଳାଳି ଭାବେ ବିଶ୍ୱ ଚାମ୍ପିଅନ୍ସିପ୍ରେ ୫ଟି ପଦକ ହାସଲ କରିଥିଲେ । ପୂର୍ବରୁ ସେ ୨୦୧୭ ଓ ୨୦୧୮ ସଂସ୍କରଣରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବାବେଳେ ୨୦୧୩ ଓ ୨୦୧୪ରେ ବ୍ରୋଞ୍ଜ ଜିତିଥିଲେ । ୨୦୧୩ରେ ବିଶ୍ୱ ଚାମ୍ପିଅନ୍ସିପ୍ ପଦାର୍ପଣ କରିଥିବା ସିନ୍ଧୁ ୬ ବର୍ଷ ମଧ୍ୟରେ ୪ଟି ପଦକ ହାସଲ କରି ନେଇଥିଲେ । ହେଲେ ଟାଇଟଲ ହାସଲ କରିବାରେ ସେ ବିଫଳ ହୋଇଥିଲେ । ୨୦୧୭ରେ ଓକୁହାରାଙ୍କଠୁ ଓ ୨୦୧୮ରେ କାରୋଲିନା ମାରିନଙ୍କଠୁ ଫାଇନାଲ୍ରେ ହାରିବା ପରେ ସିନ୍ଧୁଙ୍କ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ପୂରଣ ହେବା ନେଇ ଆଶଙ୍କା ଦେଖା ଦେଇଥିଲା । ବାରମ୍ବାର ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ହାରି ସିନ୍ଧୁ ସମାଲୋଚିତ ହୋଇଥିଲେ । ଏଥର ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସିନ୍ଧୁ ପୂର୍ଣ୍ଣ ଆଧିପତ୍ୟ ଜାହିର କରିଥିଲେ । ପ୍ରତି ମ୍ୟାଚ୍ରେ ସେ ସିଧାସଳଖ ବିଜୟ ହାସଲ କରିଥିଲେ । କେବଳ ତାଇ ଜୁ ୟିଙ୍ଗ୍ଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ୍ ୩ଟି ଗେମ୍ ବିଶିଷ୍ଟ ମୁକାବିଲା ରହିଥିଲା । ଓକୁହାରାଙ୍କ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଏଭଳି ଏକତରଫା ହେବ ବୋଲି କେହି କେବେ ଆକଳନ କରିନଥିଲେ । ମ୍ୟାଚ୍ର ପ୍ରଥମ ପଏଣ୍ଟ ଓକୁହାରାଙ୍କ ପକ୍ଷରେ ଯାଇଥିଲା । ହେଲେ ଏହାପରେ ସିନ୍ଧୁ ତାଙ୍କୁ ସହଜରେ ପଏଣ୍ଟ ହାତେଇବାକୁ ସୁଯୋଗ ଦେଇ ନଥିଲେ । ମ ଗେମ୍ ଆରମ୍ଭରୁ ହିଁ ତାଙ୍କ ମନୋଭାବ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । ପ୍ରଥମ ପଏଣ୍ଟ ପାଇଁ ଉଭୟଙ୍କ ମଧ୍ୟରେ (୨୨ ସଟ୍) କଡ଼ା ମୁକାବିଲା ହେବା ପରେ ଓକୁହାରା ଖାତା ଖୋଲିଥିଲେ । ଏହା ପରେ ସିନ୍ଧୁ ଗୋଟିଏ ପଏଣ୍ଟ ହାତେଇ ସ୍ଥିତି ବରାବର କରିଥିଲେ । ଏଥର ନିଜ ସର୍ଭିସରେ ସିନ୍ଧୁ ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ୧୧-୧ରେ ଅଗ୍ରଣୀ ହାସଲ କରିଥିଲେ । ଏହିଠାରେ ଓକୁହାରା ଦ୍ୱିତୀୟ ପଏଣ୍ଟ ହାସଲ କରିଥିଲେ । ଏକଦା ସିନ୍ଧୁ ୧୯-୫ରେ ଆଗୁଆ ରହିଥିବାବେଳେ ଓକୁହାରା ଏକସଙ୍ଗେ ୨ଟି ପଏଣ୍ଟ ହାସଲ କରିଥିଲେ । ହେଲେ ସିନ୍ଧୁ ସହଳ ଆଉ ୨ ପଏଣ୍ଟ ହାସଲ କରି ୨୧-୭ରେ ପ୍ରଥମ ଗେମ୍ ବିଜୟୀ ହୋଇଥିଲେ । ଏହି ଗେମ ଜିତିବା ପାଇଁ ସିନ୍ଧୁଙ୍କୁ ୧୬ ମିନିଟ୍ ଲାଗିଥିଲା ।ଦ୍ୱିତୀୟ ଗେମ୍ରେ ମଧ୍ୟ ସିନ୍ଧୁଙ୍କ ଆଧିପତ୍ୟ ଜାରି ରହିଥିଲା । ଓକୁହାରାଙ୍କ ପକ୍ଷରେ ପଏଣ୍ଟ ହାସଲ କରିବା ଅସମ୍ଭବ ମନେ ହୋଇଥିଲା । ପ୍ରଥମ ଗେମ୍ ଭଳି ଦ୍ୱିତୀୟ ଗେମ୍ରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସିନ୍ଧୁ ୨୧ମିନିଟ୍ ସମୟ ନେଇ ଦ୍ୱିତୀୟ ଗେମ୍ (୨୧-୭ରେ) ବାଜି ମାରି ନେଇଥିଲେ ।
୨୦୧୭ ଫାଇନାଲ୍ରେ ଦୀର୍ଘ ୧୧୦ ମିନିଟ୍ର କଡ଼ା ମୁକାବିଲା ପରେ ସିନ୍ଧୁଙ୍କୁ ହରାଇ ଓକୁହାରା ଚାମ୍ପିଅନ୍ ହୋଇଥିଲେ । ହେଲେ ଏଥର ସିନ୍ଧୁଙ୍କ ଆଗରେ ସେ ତିଷ୍ଠି ପାରି ନଥିଲେ । ମାତ୍ର ୩୭ମିନିଟ୍ ମଧ୍ୟରେ ସିନ୍ଧୁ ଫାଇନାଲ୍ ମ୍ୟାଚ୍ ଜିତିଥିଲେ । ମା’ଙ୍କୁ ଜନ୍ମଦିନ ଉପହାର ଦେଲେ: ବିଶ୍ୱ ଚାମ୍ପିଅନ୍ ହେବା ପରେ ସିନ୍ଧୁ ତାଙ୍କ ମା’ ପି. ବିଜୟାଙ୍କୁ ପଦକ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି, ରବିବାର ମୋ ମା’ଙ୍କ ଜନ୍ମଦିନ । ଜନ୍ମଦିନରେ ପଦକ ଉତ୍ସର୍ଗ କରିବାକୁ ଚାହୁଁଛି । ସେହିପରି ସେ କୋଚ୍ ପୁଲେଲା ଗୋପିଚାନ୍ଦ ଓ ସହକାରୀ କୋଚ୍ କିମ୍ ଜି ହ୍ୟୁନ୍ଙ୍କୁ (କୋରିଆ) ସାଧୁବାଦ ଜଣାଇଛନ୍ତି । ଟାଇଟଲ ବିଜୟକୁ ନେଇ ସେ କହିଥିଲେ, କ୍ରମାଗତ ୨ଥର ଫାଇନାଲ୍ରେ ହାରି ନିରାଶ ହୋଇଥିଲି । ଏଥର ସ୍ୱର୍ଣ୍ଣ ଜିତିବି ବୋଲି ଦୃଢ଼ ମନୋବଳରେ ଥିଲି । ସମର୍ଥକମାନଙ୍କ ସମର୍ଥନ ମୋତେ ସଫଳ କରିଛି ।’
Comments are closed, but trackbacks and pingbacks are open.