ବିଷାକ୍ତ ମଦ ପିଇ ଜଣେ ମୃତ, ୮ ଗୁରୁତର

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ ଧାମୁଣିପଙ୍ଗା ପଞ୍ଚାୟତ ଢେ଼ପାଗୁଡ଼ା ଗ୍ରାମର ଧାନଫୁଲ ହୁଇକା(୬୪) । ଗୁରୁତରମାନେ ଢେ଼ପାଗୁଡ଼ା, କୁଲୁମୁହିଁ, ଖାଲିଆଗୁଡ଼ା, ସିରିପୁର, ଚିନ୍ତାଲଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି । ଘଟଣା ନଜରକୁ ଆସିବା ପରେ ଯୁଗ୍ମ ତଦନ୍ତ ନିଦେ୍ର୍ଧଶ ଦେଇଛି ପ୍ରଶାସନ । ନିଦେ୍ର୍ଧଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି ।
ଘଟଣାରୁ ପ୍ରକାଶ, ଉପରୋକ୍ତ ଗାଁ ଗୁଡ଼ିକର ଲୋକେ ନିକଟସ୍ଥ କୋତାଗୁଡ଼ା ଗ୍ରାମକୁ ଯାଇ ଗୁରୁବାର ରାତିରେ ମଦ୍ୟପାନ କରିଥିଲେ । ଶୁକ୍ରବାର ଠାରୁ ହିଁ ଅସୁସ୍ଥତା ଅନୁଭବ କଲେ । ପ୍ରଥମେ କୁଲୁମୁହିଁ ଗ୍ରାମର ବଳରାମ ୱାନ୍ଦାଲାକା ଏବଂ ବିଶ୍ୱନାଥ ୱାନ୍ଦାଲାକା ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲ । ଉଭୟଙ୍କ ଅବସ୍ଥା ଭଲଥିବା ଜଣାପଡ଼ିଛି । ତେବେ ଶୁକ୍ରବାର ଧାନଫୁଲ ପେଟ ବ୍ୟଥା ହୋଇଥିଲା । ପରେ ତରଳ ଝାଡ଼ା ହେବା ସହ ଘରେ ଛଟପଟ ହୋଇଥିଲେ । ଆଉ ଏହାପରେ ମୃତୁ୍ୟବରଣ କରିଥିଲେ । ସୂଚନା ଥାଉକି, କୋତାଗୁଡ଼ା ଠାରେ ଚୋରାରେ ଦୀର୍ଘଦିନ ହେବ ମଦ ବିକ୍ରି ଚାଲିଛି । ଅବାଧରେ ଏହି ମଦ ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ସ୍ଥାଣୁ ପାଲଟିଛି । ଅବକାରୀ ଇନ୍ସପେକ୍ଟର କିମ୍ବା ସବ ଇନ୍ସପେକ୍ଟର କେବେ ମଧ୍ୟ ପରିଦର୍ଶନ ଓ ନୀରିକ୍ଷଣ ପାଇଁ କଲ୍ୟାଣସିଂହପୁର ନଯାଇ ରାୟଗଡ଼ାରେ ହିଁ ରହୁଥିବା ଯୋଗୁଁ ଏହିଭଳି ଘଟିଥିବା ଅଭିଯୋଗ ହୋଇଛି । ଯେଉ ସ୍ଥାନରେ ଜଣେ ବ୍ୟକ୍ତି ଚୋରାମଦ ବିକ୍ରି କରୁଛନ୍ତି, ସେଠାରେ ଉପରୋକ୍ତ ଗାଁମାନଙ୍କର ପ୍ରାୟ ୨୦ ଜଣ ଏକାଥରକେ ମଦ ପିଇଥିବା ଜଣାପଡ଼ିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମ୍ଭାବନାକୁ ଏଡ଼ାଇ ହୋଇପାରୁନାହିଁ । ଯେଉଁ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ସେମାନେ ହେଲେ ସିନା ହିକକା, ସୁଶାନ୍ତ କୁନାକା, ତାବଟି ସାରକା, କାମଙ୍ଗି ହିକକା, ଲଚ୍ଛା କୁନାକା ପ୍ରମୁଖ । ତେବେ ମଦରେ ଅଧିକ ନିଶାପାଇଁ କୌଣସି ପ୍ରକାର ରସାୟନିକ ପଦାର୍ଥ କିମ୍ବା ଚେର ମିଶାଯାଇଥିବା ଯୋଗୁଁ ଏହିଭଳି ଘଟିଥିବା ଅନୁମାନ କରାଯାଉଛି । ଅଭିଯୋଗ ଆସିବା ପରେ ଘଟଣାର ଯୁଗ୍ମ ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ବିଭାଗ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଆଗାମୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଏଣେ ମଦ ମୃତୁ୍ୟ ଅଭିଯୋଗ ଆସିବା ପରେ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି । ଚୋରାମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ବର୍ତ୍ତମାନ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମମତା ଚୌଧୁରୀ ଗାଁ ଗୁଡ଼ିକୁ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା କହିଛନ୍ତି । ତଦନ୍ତ ଟିମ୍ରେ ଅବକାରୀ ଏସଆଇ ଭୈରବ ପ୍ରସାଦ ଗନ୍ତାୟତ ଏବଂ ପୁଲିସ ଏସ୍ଆଇ ରଞ୍ଜନ ନାଗ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons