ବିଷ୍ଣୁଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ , ସଂଜୟ ସିଂ ବିଏମସି କମିଶନର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଆଜି ଆଇଏଏସ୍ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି । ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ସେଠୀ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେ ଏହାସହ ସୂଚନା ଓ ଲୋକସଂପର୍କ ବିଭାଗ କଥା ବୁଝିବେ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ସରକାର ବଦଳାଇଛନ୍ତି । ତାଙ୍କ ସ୍ଥାନରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ କୁମାର ସିଂହଙ୍କୁ ବିଏମସି କମିଶନର ଭାବେ ଅବସ୍ଥାପିତ କରାଯାଇଛି । ୧୯୯୭ ବ୍ୟାଚର ଆଇଏଏସ୍ ଶ୍ରୀ ସିଂହଙ୍କୁ ଏହାସହ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ମିଳିଛି ।
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର । ୨୦୦୨ ବ୍ୟାଚର ଆଇଏଏସ୍ ଡ. କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ଇଡ୍କୋର ସିଏମ୍ଡି ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଏବେ ପୂର୍ତ୍ତ ସଚିବ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଛନ୍ତି । ବିଏମ୍ସି କମିଶନର ଶ୍ରୀ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons