ବିଞ୍ଝାରପୁର,(ବି.ବି.ନୁ୍ୟଜ୍): ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ନିର୍ଯାତନା ଅସହ୍ୟ ହେବାରୁ ଜଣେ ଛାତ୍ର ବିଷ ପିଇ ଦେଇଥିବା ଭଳି ଅଭାବନୀୟ ଘଟଣା ବିଞ୍ଝାରପୁର ଥାନା ଉତ୍ତଙ୍ଗରା ଅଞ୍ଚଳରେ ଘଟିଛି । ଛାତ୍ରଜଣକ ଏବେ କଟକ ବଡ଼ ମେଡିକାଲରେ ମୃତୁ୍ୟ ସହ ସଂଗ୍ରାମ କରୁଥିବା ବେଳେ ଛାତ୍ରର ମାମୁ ଏ ନେଇ ଆଜି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।
ଗୁରୁତର ଛାତ୍ର ବିଞ୍ଝାରପୁର ଥାନା ଘଣ୍ଟିଆଳି ଗ୍ରାମର ଜିତେନ୍ଦ୍ର ଧଳଙ୍କ ପୁଅ ଜୀବନଜ୍ୟୋତି ଧଳ(୧୪) । ସେ ନିଜ ମାମୁଘର ଉତ୍ତଙ୍ଗରାରେ ରହି ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପଢ଼ୁଥିଲେ ।
ଛାତ୍ରର ମାମୁ ନବକିଶୋର ପରିଡ଼ା ଥାନାରେ କରିଥିବା ଅଭିଯୋଗ ମୁତାବକ, ଚଳିତ ମାସ ୧୫ତାରିଖରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ପ୍ରସାଦ ଓ ଶ୍ରେଣୀ ଶିକ୍ଷକ ସ୍ୱସ୍ତିକ ସାର୍ ୧୬ତାରିଖ ସକାଳୁ ବିଦ୍ୟାଳୟରେ ଦେଖା କରିବା ପାଇଁ ଜୀବନଜ୍ୟୋତିଙ୍କ ମା’ଙ୍କ ନିକଟକୁ ଖବର ଦେଇଥିଲେ । କୌଣସି କାରଣରୁ ୧୬ତାରିଖରେ ଜୀବନଜ୍ୟୋତିଙ୍କ ମା’ ବିଦ୍ୟାଳୟକୁ ଯାଇନଥିଲେ । ଏଥିରେ ଉଭୟ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଜୀବନଜ୍ୟୋତିଙ୍କୁ ଉଭୟ ନିସ୍ତୁକ ମାଡ଼ ମାରିବା ସହ ପ୍ରାୟ ୪୫ମିନିଟ୍ ପର୍ଯ୍ୟନ୍ତ ଏକ ଗୋଡ଼ିକିଆ ଛିଡ଼ା କରାଇ ଦେଇଥିଲେ । ସବୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଜୀବନଜ୍ୟୋତିଙ୍କୁ ଦଣ୍ଡ ପ୍ରଦାନ କରାଯାଇଥିବାରୁ ଏଥିରେ ସେ ଅପମାନିତ ହୋଇଥିଲେ । ପରେ ଘରକୁ ଫେରି ମୃଦୁ ପାନୀୟରେ ବିଷ ମିଶାଇ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରଥମେ ତାଙ୍କୁ ବିଞ୍ଝାରପୁର ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ଆଜି ଚେତା ଫେରିବାରୁ ଛାତ୍ରଜଣକ ସମସ୍ତ କଥା ପ୍ରକାଶ କରିବା ପରେ ମାମୁ ଶ୍ରୀ ପରିଡ଼ା ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏ ନେଇ ପ୍ରଧାନଶିକ୍ଷକ ତି୍ରଲୋଚନ ପ୍ରସାଦଙ୍କ ସହ ଯୋଗାଯୋଗ କରିବାରୁ ଛାତ୍ରଜଣଙ୍କ ବିଭିନ୍ନ ସମୟରେ ବିଦ୍ୟାଳୟ ପରିସରରେ ଦୁଷ୍ଟାମି କରୁଥିବା ପ୍ରକାଶ କରିବା ସହ ତାଙ୍କୁ ଶାରୀରିକ ଦଣ୍ଡ ଦିଆଯାଇନଥିବା କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ । ପୁଲିସ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବ ବୋଲି ଥାନା ଅଧିକାରୀ ଶିବ ଚରଣ ବେହେରା ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.