ବିସିସିଆଇର ହସ୍ତକ୍ଷେପ ପରେ :ସାମିଙ୍କୁ ମିଳିଲା ଆମେରିକା ଭିସା

Get real time updates directly on you device, subscribe now.

କୋଲକାତା: ଭାରତୀୟ ପେସ୍ ତାରକା ମହମ୍ମଦ ସାମି ଆମେରିକା ଭିସା ସ୍ୱୀକୃତିକୁ ନେଇ ହଟହଟା ହୋଇଛନ୍ତି । ପ୍ରଥମେ ତାଙ୍କ ଭିସା ଅନୁମତିକୁ ଖାରଜ କରି ଦିଆଯାଇଥିଲା । ତେବେ ବିସିସିଆଇର ହସ୍ତକ୍ଷେପ ପରେ ଶେଷରେ ସାମିକୁ ଭିସା ମିଳି ପାରିଛି ।
ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ କହିବା ଅନୁସାରେ, ସାମି ଆମେରିକା ଭିସା ପାଇଁ ଆବେଦନ କରିଥିଲେ । ମାତ୍ର ଆମେରିକା ଦୂତାବାସ ପକ୍ଷରୁ ଏହାକୁ ଖାରଜ କରି ଦିଆଯାଇଥିଲା । କାରଣ ସାମିଙ୍କ ନାମରେ ମାମଲା ରହିଛି । ପତ୍ନୀ ହାସିନ ଜାହାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଥାନାରେ ମାମଲା ରହିଛି । ଯାହା ଏ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ । ଭିସା ଖାରଜ ହେବା ପରେ ବୋର୍ଡ ସିଇଓ ରାହୁଲ ଜୋହରି ପତ୍ର ଲେଖି ଆମେରିକା ଦୂତାବାସକୁ ଅନୁରୋଧ କରିଥିଲେ । ଏହାପରେ ସାମିଙ୍କୁ ଭିସା ଅନୁମତି ମିଳିଥିଲା । ପି-୧ ବର୍ଗରେ ତାଙ୍କୁ ଏହି ଭିସା ମିଳିଛି ।’
୨୦୧୮ରେ ସାମି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ ହିଂସା ଯୋଗୁ ବିବାଦ ଦେଖାଇଥିଲା । ସେବେଠୁ ଉଭୟ ଅଲଗା ରହୁଛନ୍ତି । କୋର୍ଟରେ ମାମଲା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons