ବିସ୍କୁଟ ଖାଇ ଦୋଳବେଡ଼ା କନ୍ୟାଶ୍ରମର ୩୨ଛାତ୍ରୀ ଅସୁସ୍ଥ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନ୍ୟୁଜ୍): ଚନ୍ଦାହାଣ୍ଡିବ୍ଲକ ମଙ୍ଗଳବିଭାଗର ଦୋଳବେଡ଼ା କନ୍ୟାଶ୍ରମରେ ବିସ୍କୁଟ ଖାଇ ୩୨ ରୁ ଉୁଦ୍ଧ୍ୱ ଛାତ୍ରୀ ଅସୁସ୍ଥ । ଅସୁସ୍ଥ ଛାତ୍ରୀ ମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ପ୍ରାର୍ଥନା ସମୟରେ କନ୍ୟାଶ୍ରମରେ ଛାତ୍ରୀ ମାନଙ୍କୁ ଖାଇବା ପାଇଁ ବିସ୍କୁଟ ଦିଆଯାଇଥିଲା । ବିସ୍କୁଟ ଖାଇବା ପରେ ଜଣକ ପରେ ଜଣେ ଛାତ୍ରୀଙ୍କ ମୁଣ୍ଡ ଘୁରିବା ସହିତ ଅସ୍ୱାଭାବିକ ପ୍ରତିକ୍ରୀୟା ଦେଖାଯାଇଥିଲା । କନ୍ୟାଶ୍ରମ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ରୀ ମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀ ମାନଙ୍କର ଚିକିା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons