ମାଲକାନଗିରି,(ବି.ବି.ବୁ୍ୟରୋ): ମାଲକାନଗିରି ସୀମା ଛତିଶଗଡ଼ରେ ମାଓବାଦୀ ଏକ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡ଼ାଇ ଦେବାରୁ ୩ ଜଣଙ୍କ ମୃତୁ୍ୟ ଘଟିଛି । ଛତିଶଗଡ଼ କାଙ୍କେର ଜିଲ୍ଲାର କୋଶ୍ରଣ୍ଡା ଓ ତୁମାପାଲ ଗାଁ ମଧ୍ୟବର୍ତ୍ତୀ ଅଞ୍ଚଳରେ ଘଟଣା ଘଟିଛି । ଡିଜେଲ ଟ୍ୟାଙ୍କରଟି ରୌଘାଟ ଅଞ୍ଚଳକୁ ଯାଉଥିଲା । ସେଠାରେ ରେଳ ଲାଇନ ବିଛା କାର୍ଯ୍ୟରେ ନିୟୋଜିତ ଗାଡ଼ି ଗୁଡ଼ିକୁ ଡିଜେଲ ଯୋଗାଇବା ପାଇଁ ଟ୍ୟାଙ୍କରଟି ଯାଉଥିଲା । ତୁମାପାଲ କ୍ୟାମ୍ପ ଛାଡ଼ିବାର କିଛି ସମୟ ପରେ ପଟକଲବେଡ଼ା ଗାଁ ନିକଟରେ ବିସ୍ଫୋରଣ ଘଟିଥିବା ପୁଲିସ କହିଛି । ଆଇଡି ବିସ୍ଫୋରଣରେ ଟ୍ୟାଙ୍କରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥିରେ ଥିବା ୩ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ମୃତକମାନେ ହେଲେ ଟ୍ୟାଙ୍କର ଚାଳକ ରାକେଶ କୋଡୋପି(୨୪), ଦୁନେଶ୍ୱର ସିଂହ(୨୪) ଓ ହେଲ୍ପର ଅଜୟ କୁମାର ସଲାମ(୨୩) । ଘଟଣା ସମ୍ପର୍କରେ ସୂଚନା ପାଇ କାଙ୍କେର ଏସ୍ପି କେ ଏଲ ଧ୍ରୁବ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସୂଚନା ଥାଉକି, ମାଓବାଦୀମାନେ ପୂର୍ବରୁ ରେଳବାଇର ଏହି ପ୍ରକଳ୍ପକୁ ବିରୋଧ କରିଆସୁଥିଲେ । ତେଣ ଏପରି ବିସ୍ଫୋରଣ କରି ଅଞ୍ଚଳର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।
Comments are closed, but trackbacks and pingbacks are open.