ବିସ୍ଫୋରଣରେ ବାଣଦୋକାନ ଛାରଖାର

Get real time updates directly on you device, subscribe now.

କୋଣାର୍କ: ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିରେ ଥିବା ବାଣ ଗୋଦାମରେ ନିଆଁ ଲାଗିଛି । ପ୍ରଚଣ୍ଡ ବିସ୍ଫୋରଣ ସହ ଜଳିଯାଇଛି ବାଣ ଗୋଦାମ। ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ତେବେ ନିଆଁ ଏତେ ଜୋରରେ ଲାଗିଥିଲା ଯେ, ଆୟତ୍ତ କରିଥିଲେ ୫ଟି ଦମକଳ ବାହିନୀ । ବ୍ରହ୍ମକୁଣ୍ଡି ଗାଁ କେନାଲ ବନ୍ଧ ପାଖରେ ଥିବା ସେହି ଗାଁର ବାଇଧର ନାୟକଙ୍କ ବାଣ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବାଣୁଆ ମାନେ ବାଣ ଭିଡ଼ୁଥିବା ବେଳେ ହଠାତ୍ ଗୋଦାମରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ଏହାପରେ ଘଟଣାସ୍ଥଳରୁ ତାଙ୍କ ପରିବାର ଲୋକ ଓ କର୍ମଚାରୀ ଦୌଡ଼ି ପଳାଇଥିଲେ । ହେଲେ ଚାହୁଁ ଚାହୁଁ ୨ ଘଣ୍ଟା ଭିତରେ ବାଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ବିସ୍ଫୋରଣ ଶବ୍ଦ ଏପରି ଥିଲା ଯେ, ୫ କିଲୋମିଟର ପର୍ୟ୍ୟନ୍ତ ଶୁଣାଯାଇଥିଲା । ନିମାପଡ଼ା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି କେମିତି ନିଆଁ ଲାଗିଲା, ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons