ବିହାରରୁ ଧରାପଡ଼ିଲେ ୪ ଆନ୍ତଃ ରାଜ୍ୟ ଡକାୟତ

Get real time updates directly on you device, subscribe now.

ସୁନ୍ଦରଗଡ଼: ସୁନ୍ଦରଗଡ଼-ଝାରସୁଗୁଡ଼ା ରାସ୍ତାର କିରେଇ ଠାରେ ଥିବା ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର କନ୍ଦାବାହାଲ ଶାଖାରୁ ୨୭ ତାରିଖ ଅପରାହ୍ନ ୧.୪୫ ମିନିଟ୍ ସମୟରେ ୪ ଜଣ ମୁଖା ପିନ୍ଧା ଡକାୟତ ପିସ୍ତଲ ଦେଖାଇ ୨ ଲକ୍ଷ ୮୭ ହଜାର ୪୧୦ ଟଙ୍କା ଲୁଟିବା ସହ ବ୍ୟାଙ୍କ କର୍ମଚାରୀଙ୍କ ସୁନା ଚେନ ଓ ଜଣେ ଏସ୍ବିଆଇ ଇନ୍ସୁ୍ୟରାନ୍ସ ଏଜେଣ୍ଟଙ୍କ ଠାରୁ ୫୦୦୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଘଟଣା ଘଟିବାର ୪୮ ଘଣ୍ଟା ଭିତରେ ସୁନ୍ଦରଗଡ଼ ପୁଲିସ୍ ୪ ଜଣ ଆନ୍ତଃ ରାଜ୍ୟ ଡକାୟତଙ୍କୁ ବିହାରର ବହ୍ନିହାରରୁ ଧରିବା ସେମାନଙ୍କ ଠାରୁ ନଗଦ ୩୨ ହଜାର ଟଙ୍କା, ୪ ପିସ୍ତଲ ଓ ଦୁଇଟି ନମ୍ବର ବିହୀନ ବାଇକକୁ ଜବତ କରିଛି । ଧରାପଡ଼ିଥିବା ଡକାୟତମାନଙ୍କ ନାମରେ ୧୫୦ରୁ ଅଧିକ ଅପରାଧୀକ ମାମଲା ରହିଛି ।
ଉକ୍ତ ବ୍ୟାଙ୍କରେ ଡକାୟତି ହେବା ପରେ ଏସ୍ପି ସାଗରିକା ନାଥ ଓ ସଦର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବ୍ୟାଙ୍କରେ କୌଣସି ସିକୁ୍ୟରିଟି ବ୍ୟବସ୍ଥା ନାହିଁ । ବ୍ୟାଙ୍କର ପରିଚାଳକ ନୀଳକାନ୍ତ କୁମାରଙ୍କ ବୟାନ ଓ ସିସିଟିଭି ଫୁଟେଜକୁ ଆଧାର କରି ଏସ୍ପିଙ୍କ ନିଦେ୍ର୍ଧଶରେ ଏସ୍ଡିପିଓ ମଧୁସିକ୍ତା ମିଶ୍ର, ପ୍ରୋବେସନରେ ଥିବା ଡିଏସ୍ପି ସନ୍ତୋଷ କୁମାର ବାରିକ ଓ ରାଜଗାଙ୍ଗପୁର ଥାନା ଇନ୍ସପେକ୍ଟର ବିଭ କୁମାର ପ୍ରଧାନଙ୍କ ନେତୃତ୍ୱରେ ତିନୋଟି ପୁଲିସ୍ ଟିମ୍ ଗଠନ କରାଯାଇଥିଲା । ଡିଏସ୍ପି ଶ୍ରୀବାରିକଙ୍କ ନେତୃତ୍ୱରେ ଏକ ଟିମ୍ ପଡୋଶୀ ରାଜ୍ୟ ଝାଡଖଣ୍ଡକୁ ଯାଇ ସେଠାକାର ପୁଲିସ୍ ସହାୟତାରେ ଡକାୟତଙ୍କୁ ଠାବ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଇନ୍ସପେକ୍ଟର ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ତଦନ୍ତ ଚଳାଇଥିଲା । ଏହି ଡକାୟତମାନେ ଆନ୍ତଃରାଜ୍ୟ ଦଳ ହୋଇଥିବାରୁ ସେମାନେ ଝାଡଖଣ୍ଡକୁ ଚାଲି ଯାଇଥିବା ପୁଲିସ୍ ଜାଣି ପାରିଥିଲା । ଝାଡଖଣ୍ଡ ପୁଲିସ୍ ସହାୟତାରେ ଡକାୟତ ଦଳକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ବିହାର ଛପରା ଜିଲ୍ଲାର ବହ୍ନିହାର ଠାରେ ଡାକୟତି ଉଦ୍ୟମ କରୁଥିବା ସମୟରେ ୪ ଡକାୟତ ବିହାର ପୁଲିସ୍ ହାତରେ ଧରାପଡ଼ିଥିଲେ । ଡକାୟତମାନେ ହେଲେ ନାଗମଣୀ ସିଂହ, ହରସିତ୍ ମିଶ୍ରା, ଧର୍ମେନ୍ଦ୍ର ତିୱାରୀ ଓ ରାଜେଶ ସିଂହ । ଏହି ଖବର ପାଇବା ପରେ ଡିଏସ୍ପି ଶ୍ରୀ ବାରିକ ସେମାନଙ୍କୁ ରିମାଣ୍ଡରେ ଆଣିବା ଲାଗି ବହ୍ନିହାର ଯାଇଛନ୍ତି । ଧରାପଡ଼ିଥିବା ୪ ଡକାୟତ ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ରାଉରକେଲା, ସୁନ୍ଦରଗଡ଼, ରାଜଗାଙ୍ଗପୁର, ଝାରସୁଗୁଡ଼ାରେ ୧୫୦ରୁ ଉଦ୍ଧ୍ୱର୍ ଡକାୟତି କରିଛନ୍ତି । ଡକାୟତମାନଙ୍କ ସମ୍ପର୍କରେ ସୂଚନା ଦେବା ଲୋକଙ୍କୁ ବିହାର ପୁଲିସ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ ବୋଲି ଏସ୍ପି ସାଗରିକା ନାଥ ଜଣାଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons