ଛାପ୍ରା: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ଏହାକୁ ନେଇ ଭୟ ବଢ଼ିବାରେ ଲାଗିଛି । କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କରୋନାକୁ ‘ମାତା’ ଭାବେ ବିଚେନା କରି ପୂଜାର୍ଚ୍ଚନା କରୁଛନ୍ତି । ଏ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ମହିଳା ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଅନ୍ଲକ୍ ୧.୦ ଆରମ୍ଭ ହେବା ପରେ ମହିଳାମାନେ କରୋନାକୁ ଚେଚକ ମାତା ଭାବେ ପୂଜା କରୁଛନ୍ତି । ଏହାଦ୍ୱାରା ମାଆ ଶାନ୍ତ ପଡ଼ିବ ଏବଂ ଭୂତାଣୁ ସଂକ୍ରମଣ ଉଭେଇଯିବ ବୋଲି ସେମାନେ ବିଶ୍ୱାସ କରୁଛନ୍ତି । ଭିଡିଓରେ ଗ୍ରାମୀଣ ଅଞ୍ଚଳରେ ବିପୁଳ ସଂଖ୍ୟାରେ ମହିଳା ଏକାଠି ହୋଇ ଘରୁ ବାହାରକୁ ବାହାରୁଛନ୍ତି । ସୋମବାର ଗୋଦନା ଗଢ଼ଦେବୀ ମନ୍ଦିର ଏବଂ ଏହାର ପରିସରରେ ଲଡୁ ଓ ଫୁଲ ଆଦି ଚଢ଼ାଇ ପୂଜା କରୁଛନ୍ତି । ପୂଜା ସାମଗ୍ରୀକୁ ଏକଫୁଟର ଏକ ଗାତ ଖୋଳି ତାହା ମଧ୍ୟରେ ପୋତିଥିବା ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.