ବିହାରରେ ରକ୍ତର ହୋଲି, ୨ ଲୁଟେରାଙ୍କୁ ପିଟି ପିଟି ମାରିଦେଲେ

Get real time updates directly on you device, subscribe now.

ସୀତାମଢୀ : ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୁମ ଧାମରେ ପାଳିତ ହୋଇଛି। ତେବେ ବିହାର ସୀତାମଢି ଜିଲ୍ଲା ସୋନବରସାରେ ଲୋକେ ରକ୍ତରେ ହୋଲି ଖେଳିଛନ୍ତି। ମଙ୍ଗଳବାର ସକାଳେ ମୋଟର ସାଇକେଲରେ ଆସିଥିବା ୩ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ଲୁଟ ଉଦ୍ୟମ କରିବା ବେଳେ ସେମାନଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ କୌଶଳକ୍ରମେ ଖସି ପଳାଇବାରେ ସକ୍ଷମ ହୋଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣକର ଚିହ୍ନଟ ହୋଇଛି । ତା ପକେଟରୁ ମିଳିଥିବା ଏକ ଆଇଡେଣ୍ଟି କାର୍ଡରୁ ତାର ନାମ ଶାହାରୁଖ ଖାନ ଓ ସେ କନହୌଲି ଥାନା ବସହିୟା ୱାର୍ଡ ନମ୍ବର ୧ର ବାସିନ୍ଦା ବୋଲି ଜଣାପଡିଛି। ସେପଟେ ଦ୍ୱିତୀୟ ଲୁଟେରାର ଚିହ୍ନଟ ହୋଇପାରିନଥିବା ବେଳେ ସେମାନେ ଆସିଥିବା ବିନା ନମ୍ବରର ଆପାଚି ମୋଟରସାଇକେଲକୁ ଲୋକେ ପୋଡି ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ପୁସ୍ତକ ବ୍ୟବସାୟୀ ରାମପ୍ରବେଶ ମହତୋ ସକାଳେ ସୋନବରସା ବଜାରକୁ ଯାଉଥିଲେ। ଏହି ସମୟରେ ଜିତୁ ହାଇସ୍କୁଲ ନିକଟରେ ମୋଟର ସାଇକେଲରେ ଆସିଥିବା ୩ ଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ବଟ୍‌ରେ ଆକ୍ରମଣ କରିଥିଲେ। ଫଳରେ ରାମପ୍ରବେଶ ଆହତ ହୋଇ ତଳେ ପଡିଯିବାରୁ ଆଖପାଖରେ ଥିବା ଲୋକେ ଦୌଡି ଆସିଥିଲେ। ଏଥିରେ ଦୁର୍ବୃତ୍ତମାନେ ଖସି ପଳାଇବାକୁ ଉଦ୍ୟମ କରି ବିଫଳ ହେବାରୁ ଦୌଡିବାରେ ଲାଗିଥିଲେ। ଲୋକେ ଗୋଡେଗୋଡେଇ ସେମାନଙ୍କୁ ପିଟି ଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି। ତେବେ ସୁଯୋଗ ଦେଖି ଅନ୍ୟ ଜଣେ ଲୁଟେରା ଖସି ପଳାଇବାରେ ସକ୍ଷମ ହୋଇଛି।
ସୂଚନା ପାଇ ସଦର ଡିଏସପି, ସୁରସଣ୍ଡ ସର୍କଲ ଇନିସପେକ୍ଟର, କନହୌଲୀ, ବଥନାହ ଓ ପରିହାର ଥାନାର ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ବ୍ୟବସାୟୀ ରାମପ୍ରବେଶଙ୍କୁ ନନ୍ଦିପତ ମୋମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons