ବିହାରରେ ହାଇଦ୍ରାବାଦ ଘଟଣାର ପୁନଃରାବୃତ୍ତି: ଯୁବତୀଙ୍କୁ ଦୁଷ୍କର୍ମ ପରେ ଗୁଳି କରି ହତ୍ୟା, ଏହାପରେ ନିଆଁ ଲଗାଇ ପୋଡି ଦେଲେ

Get real time updates directly on you device, subscribe now.

ପାଟନ: ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଓ ନିଆଁ ଲଗାଇ ପୋଡିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅଭିଯୁକ୍ତଙ୍କୁ ଫାଶୀଦଣ୍ଡଦେଶ ତୁରନ୍ତ ମିଳିବା ନେଇ ଦାବି କରାଯାଉଥିବା ବେଳେ ବିହାରରେ ଏଭଳି ଏକ ଘଟଣାର ପୁନଃରାବୃତ୍ତି ଘଟିଛି। ବିହାରର ବକ୍ସର ଜିଲ୍ଲାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଜୀଅନ୍ତା ଜଳାଇବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପୋଲିସର ସୂଚନା ଅନୁସାରେ, ଆଜି ସକାଳ ୬ଟା ବେଳେ ଏକ ଝିଅର ଜଳି ଯାଇଥିବା ମୃତଦେହ ଇଟାଡିରୁ ଉଦ୍ଧାର କରାଯାଇଛି। ଘଟଣାଟି ବିହାରର ରାଜଧାନୀ ପାଟନା ଠାରୁ ୧୦୦ କିଲୋମିଟର ଦୂରରେ ଘଟିଛି। ଝିଅରଟିର ମୃତଦେହକୁ ଅଣ୍ଟାର ଉପରୁ ଜଳାଇ ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଝିଅଟିର ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି। ଆଉ ଏହି ଘଟଣା ସୋମବାର ରାତିରେ ହୋଇଥିବାର ଆଶଙ୍କା କରାଯାଉଛି।
ପୀଡିତାଙ୍କ ପରିଚୟ ଓ ବୟସ ସମ୍ପର୍କରେ ଏବେ କିଛି ଜଣାପଡିନାହିଁ। ଝିଅଟି ନାବାଳିକା କି ନାହିଁ ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ। ପୋଲିସର କହିବା ଅନୁସାରେ, ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ତାକୁ ଦୁଷ୍କର୍ମ କରିବା ପରେ ମୁଣ୍ଡକୁ ଗୁଳିକରି ହତ୍ୟା କରିଥିଲେ। ଏହାପରେ ନିଆଁ ଲଗାଇ ପୋଡି ଦେଇଥିଲେ। ସକାଳେ ସେଠାରେ ଗାଁ ଲୋକମାନେ ରୁଣ୍ଡ ହୋଇଥିଲେ ମଧ୍ୟ ଝିଅଟିକୁ କେହି ଚିହ୍ନଟ କରିପାରିନଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons